Below header

ବାଇକରେ ଆସିଲେ, ବୃଦ୍ଧଙ୍କ ଠାରୁ ଝାମ୍ପି ନେଲେ ୨ ଲକ୍ଷ ଟଙ୍କା

ବାଇକରେ ଆସିଲେ, ବୃଦ୍ଧଙ୍କଠାରୁ ଝାମ୍ପି ନେଲେ ୨ ଲକ୍ଷ ଟଙ୍କା । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରରେ ଆଜି ଦିନ ଦ୍ଵିପହରେ ଲୁଟ ଅଭିଯୋଗ ।

ବାଇକରେ ଆସିଲେ, ବୃଦ୍ଧଙ୍କଠାରୁ ଝାମ୍ପି ନେଲେ ୨ ଲକ୍ଷ ଟଙ୍କା । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରରେ ଆଜି ଦିନ ଦ୍ଵିପହରେ ଲୁଟ ଅଭିଯୋଗ । ଡଙ୍ଗାମରା ଗାଁର ସମ୍ବାରୁପନିକା ସ୍ଥାନୀୟ ଏସବିଆଇ ବ୍ୟାଙ୍କରୁ ୧ ଲକ୍ଷ ୯୯ ହଜାର ଟଙ୍କା ଉଠାଇ ନିଜ ବାଇକରେ ଟଙ୍କା ଭର୍ତ୍ତି ବ୍ୟାଗ ରଖିଥିଲେ ।

ସମ୍ବାରୁ ବ୍ୟାଙ୍କରୁ କିଛି ଦୂରକୁ ଯିବା ବେଳେ ଦୁଇ ଜଣ ମୁଖାପିନ୍ଧା ଲୁଟେରା ଗୋଟିଏ ବାଇକରେ ଆସି ସମ୍ବାରୁଙ୍କୁ ଅଟକାଇ ଟଙ୍କା ଭର୍ତ୍ତି ବ୍ୟାଗ ଛଡ଼ାଇ ନେଇ ଫେରାର ହୋଇଯାଇଥିଲେ । ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରିବା ସହ ଆଖ ପାଖ ଦୋକାନର ସିସିଟିଭି ଫୁଟେଜ ଯାଞ୍ଚ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.