Below header

ଦେଢ଼ ବର୍ଷର ପୁଅକୁ ଝୁଣି ଖାଉଥିଲା କୁକୁର, ଜୀବନ ବଞ୍ଚାଇଲା ବାପା

ଦେଢ଼ ବର୍ଷର ପୁଅକୁ କୁକୁର ଝୁଣି ଖାଉଥିବା ବେଳେ ଅଳ୍ପକେ ଶିଶୁଟି ଜୀବନ ପାଇଛିି

ଗୁଜରାଟ: ଦିନକୁ ଦିନ ହିଂସ୍ର ହେବାରେ ଲାଗିଛି କୁକୁର । ସବୁ ସ୍ଥାନରେ ଆତଙ୍କ ଖେଳାଉଛନ୍ତି । ଫଳରେ ଭୟରେ ଘରୁ ବାହାରିବାକୁ ଡରୁଛନ୍ତି ଲୋକେ । ନିକଟରେ ଏଭଳି ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି ଯେଉଁ ଦୃଶ୍ୟ ଦେଖିଲେ ଲୋମ ଟାଙ୍କୁରି ଉଠିବ । ଦେଢ଼ ବର୍ଷର ପୁଅକୁ କୁକୁର ଝୁଣି ଖାଉଥିବା ବେଳେ ଅଳ୍ପକେ ଶିଶୁଟି ଜୀବନ ପାଇଛିି । ଯେଉଁ ଦୃଶ୍ୟ ବର୍ତ୍ତମାନ ସମସ୍ତଙ୍କୁ ଚକିତ କରିଛି ।

ସୁଚନା ମୁତାବିକ୍‌, ଦେଢ଼ ବର୍ଷର ପୁଅ ହଠାତ୍‌ ଦାଣ୍ଡକୁ ଚାଲି ଆସିଥିଲା । ସେହି ସ୍ଥାନରେ ସେ ଖେଳିବାକୁ ଲାଗିଥିଲା ।ହେଲେ ଏହି କୁନି ପୁଅ ଉପରେ ସଇତାନ୍‌ କୁକୁରର ନଜର ପଡ଼ିଥିଲା । କେଉଁଠି ଥିଲା କେଜାଣି ଧାଇଁ ଆସି ନୀରିହ ଶିଶୁ ଉପରେ ହଠାତ୍‌ ଆକ୍ରମଣ କରିବାକୁ ଲାଗିଥିଲା । ଯାହାର ଦୃଶ୍ୟ ସିସି ଟିଭିରେ କଏଦ ହୋଇଯାଇଥିଲା । ଦୃଶ୍ୟଟି ଏତେ ଭୟାନକ ଥିଲା ଯେ, ଯଦି ଘଟଣାସ୍ଥଳରେ କୁନି ପିଲାର ବାପା ପହଞ୍ଚି ନଥାନ୍ତେ ତେବେ ତାଙ୍କ ପରିବାର ଲୋକେ ଏ ଦେଢ଼ ବର୍ଷର ପୁଅ ସବୁଦିନ ପାଇଁ ହରାଇ ଦେଇ ଥାଆନ୍ତେ ।

ତେବେ ଏଭଳି ଲୋମ ଟାଙ୍କୁରା ଘଟଣା ଗୁଜରାଟର ଅହମ୍ମଦାବାଦର ଜୁହାପୁରା ଅଞ୍ଚଳରେ ଘଟିଛି । ଏହାର ସିସିଟିଭି ଫୁଟେଜ ଏବେ ଭାଇରାଲ ହେବାରେ ଲାଗିଛି । ଭିଡିଓଟିରେ ଦେଖିବାକୁ ମିଳିଛି ପିଲାଟି ଦାଣ୍ଡକୁ ବାହାରି ଆସି ଖେଳିବାକୁ ଲାଗିଥିଲା । ଖେଳୁଥିବା ବେଳେ କୁକୁରଟି ଧାଇଁ ଆସି ତା ଉପରେ ଅତର୍କିତ ଭାବେ ଆକ୍ରମଣ କରିବାକୁ ଲାଗିଥିଲା । ଆଉ ପିଲାଟିର ଚିତ୍କାର ଶୁଣି ତା ବାପା ଦୌଡ଼ି ଆସି ଛୁଆକୁ ବଞ୍ଚାଇବାକୁ ଅପ୍ରାଣ ଉଦ୍ୟମ କରିଥିଲେ । କୁକୁରଟିକୁ ପ୍ରହାର ମଧ୍ୟ କରିଥିଲେ ହେଲେ କୁକୁରଟି ଶିଶୁଟିକୁ ଛାଡ଼ିନଥିଲା । ଶେଷରେ କୁକୁରଟିକୁ ଟେକି ଫୋପାଡ଼ି ଦେବା ସହ ଛୁଆକୁ କୁକୁର ମୁହଁରୁ ଛଡ଼ାଇ ଆଣିିଥିଲେ । ଫଳରେ କୁକୁରଟି ସେହି ସ୍ଥାନ ଛାଡ଼ି ପଳାଇଯାଇଥିଲା । ଯାହାଦ୍ୱାରା ଶିଶୁଟିର ଜୀବନ ବଞ୍ଚି ଯାଇଥିଲା ।

ବର୍ତ୍ତମାନ କୁକୁର କାମୁଡ଼ାରେ ଶିଶୁଟିର ଅବସ୍ଥା ଗୁରୁତର ଥିବାରୁ ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ପିଲାଟିର ହାତ, ଗୋଡ଼, ପେଟରେ କ୍ଷତ ଚିହ୍ନ ଥିବା ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.