ତିଆରି କରନ୍ତୁ ଏଭଳି ନୂଆ ପ୍ରଣାଳୀରେ ବରା, ଯାହା ଖାଇବା ପାଇଁ ଭାରି ସୁଆଦିଆ

ଆପଣମାନେ ତ ନିଶ୍ଚୟ ଭାବେ ଅନେକ ପ୍ରକାରର ବରା ଖାଇଥିବେ । ହେଲେ କେବେ ବ୍ରେଡ୍‌ ଓ ଚୁଡାରେ ତିଆରି ବରା ଖାଇଛନ୍ତି । ଏହି ବରା ଖାଇବା ପାଇଁ ବହୁତ ହିଁ ସ୍ୱାଦିଷ୍ଟ ହୋଇଥାଏ । ଏହା ସହ ବନାଇବା ମଧ୍ୟ ବହୁତ ସହଜ ହୋଇଥାଏ ।

ଆପଣମାନେ ତ ନିଶ୍ଚୟ ଭାବେ ଅନେକ ପ୍ରକାରର ବରା ଖାଇଥିବେ । ହେଲେ କେବେ ବ୍ରେଡ୍‌ ଓ ଚୁଡାରେ ତିଆରି ବରା ଖାଇଛନ୍ତି । ଏହି ବରା ଖାଇବା ପାଇଁ ବହୁତ ହିଁ ସ୍ୱାଦିଷ୍ଟ ହୋଇଥାଏ । ଏହା ସହ ବନାଇବା ମଧ୍ୟ ବହୁତ ସହଜ ହୋଇଥାଏ । ଯଦି ଆପଣ ପିଆଜ ଓ ରସୁଣ ଖାଉନାହାନ୍ତି ତାହେଲେ ଏହା ଆପଣଙ୍କ ଖାଇବା ପାଇଁ ବହୁତ ହି ଭଲ ସ୍ନାକ୍ସ ହୋଇପାରିବ ।

ଆବଶ୍ୟକ ସାମଗ୍ରୀ :
୧ କପ୍‌ ଚୁଡା
୪ ପିସ୍‌ ବ୍ରେଡ୍‌
ସ୍ୱାଦ ଅନୁସାରେ ଲୁଣ
୧ ଟେବଲ ସ୍ପୁନ୍‌ ଲଙ୍କା ଗୁଣ୍ଡ
ଏକ ଛୋଟ ପିସ୍‌ ଅଦା
୧ ଟେବଲ ସ୍ପୁନ୍‌ ଜିରା ଗୁଣ୍ଡ
୭ ରୁ ୮ ଟି ଭୃସଙ୍ଗ ପତ୍ର
ଏହାକୁ ଛାଣିବା ପାଇଁ ଆବଶ୍ୟକ ଅନୁସାରେ ତେଲ

ପ୍ରସ୍ତତୁ ପ୍ରଣାଳୀ :
ଏହି ବରା ତିଆରି କରିବା ପାଇଁ ପ୍ରଥମେ ବ୍ରେଡ୍‌କୁ ଭଲ ଭାବେ ଗ୍ରାଇଣ୍ଡିଂ କରିଦେବେ ଓ ଚୁଡାକୁ ଭଲ ଭାବେ ଧୋଇ ଦେବେ । ଏହା ପରେ ଗ୍ରାଇଣ୍ଡିଂ କରିଥିବା ବ୍ରେଡ୍‌ ଓ ଚୁଡାକୁ ଠିକ୍‌ ଭାବେ ମିଶାଇ ଦେବେ । ତାପରେ ସେଥିରେ ଲୁଣ, ଲଙ୍କା ଗୁଣ୍ଡ, ଛେଚିଥିବା ଅଦା ଓ ଜିରା ଗୁଣ୍ଡ ଏବଂ କାଟିଥିବା ଭୁସଙ୍ଗ ପତ୍ରକୁ ଭଲ ଭାବେ ମିଶାଇ ଦେବେ । ଦେଖିବେ ଯେପରି ସେହି ମିଶ୍ରଣ ଅଟା ଚକୁଡିଲା ଭଳି ହୋଇଥିବ । ଏହା ପରେ ଏହି ମିଶ୍ରଣଟିକୁ ଭଲ ଭାବେ ସାଇଜ୍‌ କରି ବରା ସେଫ୍‌ର କରିଦେବେ । ଏହା ପରେ ଗ୍ୟାସ୍‌ରେ ଏକ ପ୍ୟାନ୍‌ ବସାଇ ସେଥିରେ ତେଲେ ପକାଇବେ ଓ ତେଲକୁ ଠିକ୍‌ ଭାବେ ଗରମ ହେବାକୁ ଦେବେ । ସେହି ତେଲ ଗରମ ହୋଇଗଲା ପରେ ସେଥିରେ ସାଇଜ୍‌ କରି ରଖିଥିବା ବରା ଛାଣି ଦେବେ । ଦେଖିବେ ମିଡିୟମ ଫ୍ଲେମ୍‌ରେ ବରା ହେବା ପର୍ଯ୍ୟନ୍ତ ଛାଣିବେ । ତାପରେ ଦେଖିବେ ଏହା ଖାଇବା ପାଇଁ କେତେ ସ୍ୱାଦିଷ୍ଟ ଲାଗିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.