ଏକାଥରକେ ତିନି ଶିଶୁ କନ୍ୟାଙ୍କୁ ଜନ୍ମ ଦେଲେ ଗର୍ଭବତୀ ମହିଳା

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଉସ୍ତ ପ୍ରାଥମିକ ସ୍ୱାସ୍ଥ୍ଯ କେନ୍ଦ୍ରରେ ତିନି ଶିଶୁ କନ୍ୟାଙ୍କୁ ଜନ୍ମ ଦେଲେ ସାନଖେମୁଣ୍ଡି ଗୋବିନ୍ଦପୁର ପଂଚାୟତ ଖେମୁଣ୍ଡିଖୋଲ ଗାଁର ସାରା ଦେବୀ ମଣ୍ଡଳ ନାମକ ଜଣେ ଗର୍ଭବତୀ ମହିଳା। ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକାଥରେ ତିନିଟି ଶିଶୁ କନ୍ୟାକୁ ସେ ଜନ୍ମ ଦେଇଛନ୍ତି ।

ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଏ ଏନ ଏମଙ୍କ ତତ୍ୱାବଧାନରେ ଶିଶୁ ମାନେ ଜନ୍ମ ଗ୍ରହଣ ହୋଇଥିବା ବେଳେ, ଉଭୟ ମା ଓ ଶିଶୁ ସୁସ୍ଥ ଥିବା ଜଣା ପଡିଛି। ତିନି ଶିଶୁ କନ୍ୟାଙ୍କୁ ପାଇ ପରିବାରରେ ଖୁସି କହିଲେ ନସରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.