ବାଲିଯାତ୍ରାକୁ ଆକର୍ଷଣୀୟ କରିବାକୁ ଜୋରଦାର ଉଦ୍ୟମ, ୧୨ ତାରିଖରୁ ଆରମ୍ଭ ହେବ ଐତିହାସିକ ବାଲିଯାତ୍ରା

ଏଥର କଟକ ବାଲିଯାତ୍ରାକୁ ଆକର୍ଷଣୀୟ କରିବାକୁ ଜୋରଦାର ଉଦ୍ୟମ। ୧୨ ତାରିଖରୁୂ ଆରମ୍ଭ ହେଉଥିବା ବାଲିଯାତ୍ରାରେ ହେବ ପଥୋତ୍ସବ, ଓ୍ଵାଟର ସ୍ପୋର୍ଟସ ସାଙ୍ଗକୁ ଫ୍ଲୋଟିଙ୍ଗ ଷ୍ଟେଜ୍‌ରେ ସାଂସ୍କୃତିକ କାର୍ଯ୍ୟକ୍ରମ । ଏନେଇ ବାଲିଯାତ୍ରା ପଡିଆରେ ଚାଲିଛି ବ୍ୟାପକ ପ୍ରସ୍ତୁତି। ବାଲିଯାତ୍ରାକୁ ଆସୁଥିବା ଲୋକେ ଏଥର ନେଇ ପାରିବେ ବୋଟିଂର ମଜା। ପ୍ରାୟ ୧୫ ଶହ ଷ୍ଟଲ୍ ଚଳିତ ବର୍ଷ ବାଲିଯାତ୍ରା ପଡିଆରେ ପ୍ରଶାସନ ଆୟୋଜନ କରିଥିବାବେଳେ ଓରମାସ ପକ୍ଷରୁ କରାଯାଉଛି ଷ୍ଟଲ ୪୧୨ଟି ଷ୍ଟଲ। କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ଅନିଲ ସାମଲ ଆଜି ବାଲିଯାତ୍ରା ପ୍ରସ୍ତୁତିର ତଦାରଖ କରିଥିବାବେଳେ ଜିଲାପାଳ ଓ ସିଏମସି କମିଶନର ମଧ୍ୟ ଉପସ୍ଥିତ ଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.