Below header

ସୋଫାରେ ବସିଥିବା ବେଳେ କାମୁଡୁଥିଲା ଏମିତି କିଛି, ଗଦି ଉଠାଇ ଦେଖିଲେ ତ ମିଳିଲା ୩୦ ଲକ୍ଷ!

ଆମେରିକାର ୩ ଜଣ ସାଙ୍ଗଙ୍କ ସହ ଏମିତି ଏକ ଘଟଣା ଘଟିଛି, ଯାହା ବିଷୟରେ ସେମାନେ କେବେ ଭାବି ନ ଥିଲେ। ବସି ବସି ତାଙ୍କୁ ଏତେ ପରିମାଣର ଧନ ମିଳିଯିବ ବୋଲି ସେମାନଙ୍କୁ ବିଶ୍ୱାସ ହୋଇ ନ ଥିଲା। ଷ୍ଟେଟ୍ ୟୁନିଭର୍ସିଟିରେ ପାଠ ପଢ଼ୁଥିବା ଏହି ୩ ଜଣ ସାଙ୍ଗ ଥିଲେ ରିଜ୍ ବେହରଖୋବ୍‌, କୋଲି ଗସ୍ତୀ ଓ ଲାରା ରୁସେ।

sofa1

ସେମାନେ ରହିବା ପାଇଁ ଏକ ଭଡ଼ା ଘର ନେଇଥିଲେ। ଘରେ ରଖିବା ପାଇଁ ୧୫୦୦ ଟଙ୍କାରେ ସୋଫା କିଣିଥିଲେ। କିନ୍ତୁ ଦିନେ ସେମାନଙ୍କ ସହ ଏକ ଘଟଣା ଘଟିଥିଲା, ଯାହାକୁ ନେଇ ସେମାନେ ଚକିତ ହୋଇଯାଇଥିଲେ। ୩ ଜଣ ସାଙ୍ଗ ଏକାଠି ସୋଫା ଉପରେ ବସି ଟିଭି ଦେଖୁଥିଲେ। ସେହି ସମୟରେ ଜଣେ ସାଙ୍ଗକୁ କିଛି କାମୁଡ଼ିବା ଭଳି ଅନୁଭୂତ ହୋଇଥିଲା।

sofa2

ଏହାପରେ ୩ ଜଣ ମିଶି ସୋଫାର ସେହି ଭାଗରୁ ଗଦି ହଟାଇ ଦେଇଥିଲେ। ସେଠାରୁ ଏକ ଲଫାପା ମିଳିଥିଲା, ଯେଉଁଥିରେ ପାଖାପାଖି ୧୦୦୦ ଡଲାର ଅର୍ଥାତ୍ ୭୦ ହଜାର ଟଙ୍କା ଥିଲା। ଏଥିରୁ ସେମାନଙ୍କ ଜିଜ୍ଞାସା ବଢ଼ିଯାଇଥିଲା। ଯେତେବେଳେ ସେମାନେ ସୋଫାରୁ ସବୁତକ ଗଦି ବାହାର କରିଦେଲେ, ସେତେବେଳେ ତା’ ଭିତରୁ ଅନେକ ଲଫାପା ମିଳିଥିଲା।

ଲଫାପାଗୁଡ଼ିକରେ ନୋଟ୍ ଭରିରହିଥିଲା। କିନ୍ତୁ ଶେଷରେ ଏକ ବାକ୍ସ ମିଳିଥିଲା, ଯାହା ସେମାନଙ୍କ ଆଖି ଖୋଲି ଦେଇଥିଲା। ବାକ୍ସରେ ହଜାର ହଜାର ଡଲାର ଥିଲା। ସାଙ୍ଗମାନେ ଗଣିବା ପରେ ପାଖାପାଖି ୪୧ ହଜାର ଡଲାର ଅର୍ଥାତ୍ ୨୯ ଲକ୍ଷ ଟଙ୍କା ବାହାରିଥିଲା।

sofa3

ଏହାସହ ପଢ଼ନ୍ତୁ: ଯୁବକଙ୍କ କାନ ଭିତରେ ବୁଢ଼ିଆଣୀ କରୁଥିଲା ଏଭଳି କାମ, ଡାକ୍ତର ଜାଣିବା ପରେ ଉଡ଼ିଗଲା ହୋସ୍‌

ପ୍ରଥମେ ୩ଜଣଙ୍କୁ ଏହା ବିଶ୍ୱାସ ହୋଇ ନ ଥିଲା। କିନ୍ତୁ ଯେତେବେଳେ ସେମାନେ ଲଫାପାକୁ ଧ୍ୟାନର ସହ ଦେଖିଥିଲେ, ସେଥିରେ ଏକ ଚିଠି ମିଳିଥିଲା। ଏଥିରେ ଦିଆଯାଇଥିବା ଠିକଣା ଜାଣି ୩ଜଣ ସାଙ୍ଗ ଉକ୍ତ ଜାଗାରେ ପହଞ୍ଚିଥିଲେ। ସେଠାରେ ଜଣେ ବୁଢ଼ୀ ମହିଳା ଥିଲେ। ମହିଳା ଜଣକ କହିଥିଲେ, ଏହା ତାଙ୍କ ସ୍ୱାମୀଙ୍କ ସେବାନିବୃତ୍ତ ଧନ। ତାଙ୍କ ମୃତ୍ୟୁ ପରେ ଏହାକୁ ବ୍ୟାଙ୍କ ଜମା କରାଯାଇ ଥାଆନ୍ତା। କିନ୍ତୁ ତାଙ୍କ ପୁଅ ତାଙ୍କୁ ନ ଜଣାଇ ସୋଫାକୁ ବିକିଦେଇଥିଲେ। ଏହା ବିଷୟରେ ଜାଣିବା ପରେ ୩ଜଣ ସାଙ୍ଗ ପୂରାପୂରି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.