Below header

ନିଶାସକ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ, ଲୁଣ ପାଇଁ ସ୍ତ୍ରୀକୁ ମାଡ଼ ମାରି ଜଙ୍ଗଲରେ ଫିଙ୍ଗିଲା ସ୍ୱାମୀ

କନ୍ଧମାଳ: ଲୁଣ ପାଇଁ ସ୍ତ୍ରୀକୁ ମାଡ଼ ମାରି ଜଙ୍ଗଲରେ ଫିଙ୍ଗିଲା ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଫିରିଙ୍ଗିଆ ଥାନା ମଣ୍ଡୁମାସ୍କା ଗାଁରେ । ଉକ୍ତ ଗାଁର ଟେଙ୍ଗ କହଁର ଓ ସ୍ତ୍ରୀ କାମିନୀ କହଁର ତାଙ୍କ ୫ଟି ସନ୍ତାନଙ୍କୁ ନେଇ ବାସ କରନ୍ତି । ଘରେ ଲୁଣ ନଥିବା କାମିନୀ ତାଙ୍କ ସ୍ୱାମୀଙ୍କୁ କହିଥିଲେ । ନିଶାଶକ୍ତ ଅବସ୍ଥାରେ ସ୍ୱାମୀ ଟେଙ୍ଗ ଏକ କାଠ ଫାଳିଆରେ କାମିନୀଙ୍କୁ ମାଡ଼ ମାରି ପଛପଟ ଜଙ୍ଗଲରେ ଫିଙ୍ଗି ଦେଇଥିଲା । ଦୀର୍ଘ ୭ଦିନ ଧରି ଜଙ୍ଗଲରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ ଗାଁଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଫିରିଙ୍ଗିଆ ଓ ପରେ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଡାକ୍ତର ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି । କାମିନୀଙ୍କ ମେରୁଦଣ୍ଡରେ ଆଘାତ ଲାଗିଛି । ଗରିବ ପରିବାର ହୋଇଥିବାରୁ କାମିନୀଙ୍କ ଉନ୍ନତ ଚିକିତ୍ସା କିଭଳି ହେବ, ସେନେଇ ଚିନ୍ତାରେ ପଡିଛନ୍ତି ତାଙ୍କ ବାପା, ମା’ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.