ମଦ ନିଶାରେ ସ୍ତ୍ରୀକୁ ବାଜିରେ ଲଗାଇଲା ସ୍ୱାମୀ, ଆଉ ତା’ ପରେ…

ଦୀପାବଳି ଅବସରରେ ସାରାଦେଶ ବାଣ ଫୁଟାଇବାରେ ବ୍ୟସ୍ତ ଥିବା ବେଳେ ଏକ ଜୁଆ ଆଡ୍ଡାରେ ଜଣେ ସ୍ୱାମୀ ନିଜ ପତ୍ନୀକୁ ବାଜିରେ ଲଗାଇଦେଇଥିବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ମଦ୍ୟପ ସ୍ୱାମୀ ଜୁଆରେ ସବୁ କିଛି ହରାଇସାରିବା ପରେ ଶେଷରେ ନିଜ ପତ୍ନୀକୁ ବି ବାଜିରେ ଲଗାଇ ଦେଇଥିଲା। ମାତ୍ର ତାହା ବି ହାରିଯାଇଥିଲା। ତେବେ ଜୁଆରେ ଯେଉଁ ବ୍ୟକ୍ତି ଜିତିଥିଲା ସେ ଉକ୍ତ ମହିଳାଙ୍କୁ ଆଣିବାକୁ ତାଙ୍କ ଘରେ ପହଞ୍ଚିବା ପରେ ଯେଉଁ ପରିସ୍ଥିତି ଉପୁଜିଲା ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ରିପୋର୍ଟ ଅନୁସାରେ,ଝାଡ଼ଖଣ୍ଡ ହଜାରୀବାଗ ଜିଲ୍ଲା ମୁଫସିଲ ଥାନା ଅନ୍ତର୍ଗତ ଜୁଲଜୁଲ ପାହାଡ ତଳେ ଜୁଆଡିମାନେ ଦୀପାବଳିରେ ଜୁଆର ଆସର ମେଳାଇଥିଲେ। ଏଥିରେ ଜଣେ ଜୁଆଡ଼ି ସବୁକିଛି ହାରିସାରି ଦ୍ରୌପଦୀଙ୍କ ପରି ନିଜ ପତ୍ନୀଙ୍କୁ ମଧ୍ୟ ବାଜିରେ ଲଗାଇବାକୁ ପଛାଇନଥିଲା। ତେବେ ପତ୍ନୀଙ୍କୁ ମଧ୍ୟ ସେ ହାରିଯାଇଥିଲା। ବାଜି ଜିତିଥିବା ନିକଟସ୍ଥ ଗ୍ରାମର ଏକ ଯୁବକକୁ ସ୍ୱାମୀ ନିଜ ସହ ନେଇ ଘରେ ପହଞ୍ଚିବା ପରେ ଯେଉଁ ପରିସ୍ଥିତି ଉପୁଜିଲା ତାହା ସ୍ୱପ୍ନରେ କେହି ଚିନ୍ତା କରିନଥିଲେ।

ଏହାସହ ପଢ଼ନ୍ତୁ: ଅତ୍ୟଧିକ ଥଣ୍ଡା ଯୋଗୁ ଛଟପଟ ହୋଇ ଚାଲିଗଲା ୩୯ ଜୀବନ, ସାମ୍ନାକୁ ଆସିଲା ମୃତ୍ୟୁର ଜୀବନ୍ତ ଚିତ୍ର

ମହିଳା ଜଣକ ସ୍ୱାମୀର କର୍ମ ଜାଣିବା ପରେ ମଦ୍ୟପ ପତି ସମେତ ସମ୍ପୃକ୍ତ ଯୁବକକୁ ଏମିତି ଉତ୍ତମମଧ୍ୟମ ଦେଇଥିଲେ ଯେ ସମସ୍ତେ ଛତ୍ରଭଙ୍ଗ ଦେଇଥିଲେ। ମହିଳା ଜଣକ ଜୁଆ ଖେଳ ଚାଲିଥିବା ସ୍ଥାନ ପର୍ଯ୍ୟନ୍ତ ଯୁବକକୁ ଗୋଡାଇଗୋଡାଇ ପିଟିଥିଲେ। ପରିସ୍ଥିତି ଏପରି ହେଲା ଯେ ମାତ୍ର କିଛି ମିନିଟରେ ଅଞ୍ଚଳ ଜନଶୂନ୍ୟ ହୋଇଯାଇଥିଲା। ମହିଳାଙ୍କ ଏଭଳି କାମକୁ ସମସ୍ତେ ପ୍ରଶଂସା କରିଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.