ଏମିତି ଏକ ଗାଁ ଯେଉଁଠି ରଜ ପାଇଁ ମାସକ ଆଗରୁ ଚାଲେ ରଜ ପ୍ରସ୍ତୁତି

ଗୋପପୁରରେ ନିଆରା ଢଙ୍ଗରେ ପାଳନ ହୁଏ ରଜ ପର୍ବ । ମାସକ ଆଗରୁ ଚାଲେ ଏଥିପାଇଁ ପ୍ରସ୍ତୁତି ।

ସାଲେପୁର(କେନ୍ୟୁଜ୍): ଦିନ କେଇଟା ପରେ ଆସୁଛି ରଜ, ସେଥିପାଇଁ ଗ୍ରାମ ରୁ ସହର ସବୁ ଆଡେ ପ୍ରସ୍ତୁତ ଚାଲିଛି। ଏମିତି ଏକ ଗାଁ ଯେଉଁଠି ରଜ ପାଇଁ ମାସକ ଆଗରୁ ଚାଲେ ପ୍ରସ୍ତୁତି। ଛୋଟ ଛୋଟ ପିଲା ମାନେ ନାଚ ଗୀତ ଏବଂ ଦେଶାତ୍ମକ ନାଚ ସାହିତ ଝିଅ ମାନଙ୍କ ଅତି ପ୍ରିୟ ଖେଳ ପୁଚି ଭଳି ଅନେକ କିଛି ରଜ ପାଇଁ ପ୍ରସ୍ତୁତ କରିଥାନ୍ତି ଏହି ଗ୍ରାମର ପିଲା ମାନେ । ରଜ ପାଇଁ ସ୍ଵତନ୍ତ୍ର ଗୋଟେ ଆଖଡ଼ା ଘର ତିଆରି ହୋଇଥାଏ । ଏଠି ଶିକ୍ଷକ ଆସି ନାଚ ଗୀତ ଶିଖାଇଥାନ୍ତି ।

ଏମିତି ଏକ ନିଆରା ଗ୍ରାମ ହେଉଛି କଟକ ଜିଲ୍ଲା ନିଶ୍ଚିତକୋଇଲି ବ୍ଲକ ଗୋପପୁର ଗ୍ରାମ । ଏହି ଗ୍ରାମରେ ରଜ ପର୍ବ ନିଆରା ଢଙ୍ଗରେ ପାଳନ କରାଯାଇଥାଏ । ଏହି ଗ୍ରାମ ରେ ରଜ ପର୍ବ ପାଳନ ପାଇଁ ଗୋଟେ ସ୍ୱତନ୍ତ୍ର ଭାବେ ରଜ କମିଟି ଅଛି । ଏହି କମିଟି ଦ୍ୱାରା ଛୋଟ ଛୋଟ ପିଲାଙ୍କୁ ନେଇ ବିଭିନ୍ନ ପ୍ରକାର ନାଚ ପ୍ରଶିକ୍ଷଣ ଦିଆଯାଇଥାଏ । କାରଣ ରଜ ତିନି ଦିନ ଧରି ଏହି ପିଲାମାନେ ଷ୍ଟେଜ ଉପରେ ତାଙ୍କର ନୃତ୍ୟ ପରିବେଶଣ କରିଥାନ୍ତି ଏବଂ ଏହି ଗ୍ରାମର ଛୋଟ ଠାରୁ ବଡ଼ ପିଲା ମାନେ ଏହି ନାଚରେ ଭାଗ ନେଇଥାନ୍ତି । ଖାଲି ନାଚ ନୁହେଁ ବିଭିନ୍ନ ପ୍ରକାର ଝୁଲଣା ମଧ୍ୟ ଏଠି ଲାଗିଥାଏ । ଏହି ଗ୍ରାମ ରେ ଏହି ରଜ ପର୍ବ ୧୦ରୁ ୧୨ବର୍ଷ ହେବ ଏମିତି ନିଆଁରା ଢଙ୍ଗରେ ପାଳନ କରିଆସୁଛନ୍ତି ।

ଓଡିଶାର ଗଣ ପର୍ବ ହେଉଛି ରଜ, ଏହି ରଜ ପର୍ବକୁ ଖାସ କରି ଝିଅମାନେ ଅଧିକ ପାଳନ କରିଥାନ୍ତି । ସେଥିପାଇଁ ଏହି ଗ୍ରାମରେ ଛୋଟ ଛୋଟ କୁନି ଝିଅ ମାନେ ନିଜର କଳା ପ୍ରତିଭାକୁ ଏହି ରଜରେ ହିଁ ଦେଖାଇଥାନ୍ତି । ନିଜ ଗ୍ରାମରେ ଏତେ ସୁନ୍ଦର ଭାବେ ରଜ ପର୍ବ ପାଳନ କରାଯାଉଥିବାରୁ କୁନି ପିଲା ମାନେ ବହୁତ ଖୁସି । ଏହି ରଜ ମହୋତ୍ସବ ପାଇଁ ପ୍ରାୟ ଗ୍ରାମର ୫୦ରୁ୬୦ ଜଣ ପିଲା ସବୁଦିନ ନାଚ ଶିଖିଥାନ୍ତି । ଦିନକୁ ୩ ରୁ ୪ଘଣ୍ଟା ଏମାନେ ଏଥିପାଇଁ ଦେଇଥାନ୍ତି । ତେବେ ଏଭଳି ଏକ ନିଆରା ଢଙ୍ଗରେ ରଜ ପର୍ବ ପାଳନ କରି ଏହି ଗାଁ ଲୋକେ ଏକତାର ବାର୍ତ୍ତା ଦେବା ସହିତ ଏକ ଉଦାହରଣ ସ୍ରୁଷ୍ଟି କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.