ଅଧା ରହିଗଲା ସ୍ତ୍ରୀଙ୍କୁ ଦେଇଥିବା କଥା, ଫଟୋ ଧରି ବାପାକୁ ଝୁରିଛି କୁନି ଝିଅ

ଲିଭିନି ବାହା ଚିତା । ଶୁଭଶ୍ରୀ ସହିତ ବିକ୍ଷିପ୍ତଙ୍କ ଶୁଭ ବିବାହ ଏବେ ବି ଦାଉ ଦାଉ ହୋଇ ଦେଖାଯାଉଛି ହେଲେ ଶୁଭଶ୍ରୀଙ୍କ ମଥାରୁ ସିନ୍ଦୁର ଲିଭିଗଲା। କଥା ଦେଇଥିଲେ ଆର ଥର ବିବାହ ବାର୍ଷିକରେ ପୁରୀ ଜଗନ୍ନାଥ ମନ୍ଦିରକୁ ବୁଲିବାକୁ ଯିବା ହେଲେ ସେ କଥା ତାଙ୍କ ଅଧୁରା ରହିଗଲା । ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସିଂଙ୍ଗିପୁର ଗ୍ରାମରେ।

ସୋର(କେନ୍ୟୁଜ୍): ମା..ବାପା ବାପା ……କୁନି ଝିଅଟିର କୋହ ଭରା ଏଇ ବାପା ଡାକ ସମସ୍ତଙ୍କ ହୃଦୟକୁ ଦୋହଲାଇ ଦେଉଛି । ଘଡି କୁ ଘଡି ଆସି ବାପା କେତେବେଳେ ଆସିବେ ବୋଲି ମା କୁ ପଚାରୁଛି କଅଁଳିଆ ପିଲାଟି । ଫଟୋ ଧରି ବାପାକୁ ଝୁରିଛି । ହେଲେ ସେ ଜାଣିନି ବାପା ଡାକ ଶୁଣିବାକୁ ତା ବାପା ଆଉ ଏ ଦୁନିଆରେ ନାହାନ୍ତି ।

ଏପଟେ କାନ୍ଥରୁ ଲିଭିନି ବାହା ଚିତା । ଶୁଭଶ୍ରୀ ସହିତ ବିକ୍ଷିପ୍ତଙ୍କ ଶୁଭ ବିବାହ ଏବେ ବି ଦାଉ ଦାଉ ହୋଇ ଦେଖାଯାଉଛି ହେଲେ ଶୁଭଶ୍ରୀଙ୍କ ମଥାରୁ ସିନ୍ଦୁର ଲିଭିଗଲା। କଥା ଦେଇଥିଲେ ଆର ଥର ବିବାହ ବାର୍ଷିକରେ ପୁରୀ ଜଗନ୍ନାଥ ମନ୍ଦିରକୁ ବୁଲିବାକୁ ଯିବା ହେଲେ ସେ କଥା ତାଙ୍କ ଅଧୁରା ରହିଗଲା । ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସିଂଙ୍ଗିପୁର ଗ୍ରାମରେ।

ଏହି ଗ୍ରାମର ଭଗବାନ ପଲେଇଙ୍କ ଏକମାତ୍ର ପୁଅ ଥିଲେ ବିକ୍ଷିପ୍ତ ପଲେଇ। ରେମୁଣା ସ୍ଥିତ ଟାଟା ପୱାର ବିଦ୍ୟୁତ କମ୍ପାନୀରେ ଆକାଉଣ୍ଟାଣ୍ଟ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ । ଭଦ୍ରକରେ ଘର ଭଡା ନେଇ ରହୁଥିବା ବେଳେ ପ୍ରତିଦିନ କରମଣ୍ଡଳ ଟ୍ରେନରେ ବାଲେଶ୍ୱର ପର୍ଯ୍ୟନ୍ତ ଯିବା ଆସିବା କରିଥାନ୍ତି । ସବୁଦିନ ଭଳି ଶୁକ୍ରବାର ଅଫିସରୁ ଫେରି କରମଣ୍ଡଳ ଟ୍ରେନ ଆସୁଥିଲେ । ଟ୍ରେନରେ ବସିବା ପରେ ସ୍ତ୍ରୀ ଶୁଭଶ୍ରୀ ମହାନ୍ତିଙ୍କ ସହିତ ଫୋନରେ କଥା ହୋଇଥିଲେ । ବହୁ ଶୀଘ୍ର ଘରେ ପହଁଚିବି ବୋଲି କହିଥିଲେ । ହେଲେ ଶୁଭଶ୍ରୀ ଜାଣିନଥିଲେ ତାଙ୍କ ସ୍ୱାମୀଙ୍କ ସହିତ ଏହି କଲ ଥିଲା ଶେଷ କଲ ।

ଯେତେବେଳେ ଦୁର୍ଘଟଣା ସମ୍ପର୍କରେ ଖବର ପାଇଲେ ପରିବାର ଲୋକଙ୍କ ସହିତ ଶୁଭଶ୍ରୀ ବି ଫୋନ ଲଗାଇଥିଲେ ହେଲେ ଫୋନ ଲାଗିନଥିଲା । ବହୁ ଖୋଜାଖୋଜି ପରେ ବାହାନଗା ବିଦ୍ୟାଳୟରେ ବିକ୍ଷିପ୍ତଙ୍କ ମୃତଦେହକୁ ଠାବ କରାଯାଇଥିଲା । ବିକ୍ଷିପ୍ତଙ୍କ ବିବାହକୁ ୫ ବର୍ଷ ହୋଇଯାଇଥିବା ବେଳେ ତାଙ୍କ ଘର କାନ୍ଥରେ ଲେଖାଯାଇଥିବା ଶୁଭ ବିବାହ ଏବେବି ଦାଉ ଦାଉ ଦେଖାଯାଉଛି । ହେଲେ ତାଙ୍କ ସ୍ତ୍ରୀଙ୍କର ମଥାର ସିନ୍ଦୁର କିନ୍ତୁ ଲିଭି ଯାଇଛି । ବିକ୍ଷିପ୍ତଙ୍କର ୪ ବର୍ଷର ଏକ ମାତ୍ର ଝିଅଟିଏ । ଯିଏ ଏବେବି ବାପାଙ୍କ ଫଟୋ କୁ ଧରି ଗେଲ୍ଲା କରିବା ସହିତ ବାପା ,ବାପା ବୋଲି ଡାକ ପକାଇ ଚାଲିଛି। କହୁଛି ବାପା ଶୀଘ୍ର ଆସ ମୋତେ ପାଠ ପଢାଇବ। ହେଲେ ସେ ଜାଣି ପାରୁନି ତା ବାପା ଆଉ କେବେବି ତା ଡାକ ଶୁଣି ତାକୁ କୋଳେଇ ନେବନି । ତାଙ୍କ ମୃତଦେହ ନିଜ ଗ୍ରାମକୁ ଆସିଥିବାବେଳେ ପରିବାର ଲୋକଙ୍କ ସହିତ ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।

ଅନ୍ୟପଟେ ବିକ୍ଷିପ୍ତ ଥିଲେ ତାଙ୍କ ପରିବାର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି । ବାପା ଦୀର୍ଘ ୭ ବର୍ଷ ତଳେ ମୃତ୍ୟୁବରଣ କରିବାପରେ ପରିବାର ଚଳାଇବାର ବୋଝ ବିକ୍ଷିପ୍ତଙ୍କ କାନ୍ଧ ଉପରେ ଥିଲା । ବିକ୍ଷିପ୍ତ ଚାଳିବାର ଦୁଃଖ କେବଳ ପରିବାର କୁ ନୁହେଁ ସାରା ଗ୍ରାମ ଙ୍କୁ ଦୁଃଖ ଦେଇଛି। ସମସ୍ତେ ଯେପରି ଭାବୁଛନ୍ତି ବିକ୍ଷିପ୍ତ ଯେମିତି ଫେରି ଆସିବେ ହେଲେ ବିକ୍ଷିପ୍ତ ସବୁଦିନ ପାଇଁ ଅଫେରା ରାଇଜରୁ ଚାଲିଯାଇଛନ୍ତି। ଏହା ହିଁ ସତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.