ଶୀତଳ ଷଷ୍ଠୀ ପାଇଁ ଉତ୍ସବ ମୁଖର ସମ୍ବଲପୁର, ଯାତ୍ରାରେ ମୁତୟନ ହେବେ ୪୦ ପ୍ଲାଟୁନ ଫୋର୍ସ

ସମ୍ବଲପୁର(କେନ୍ୟୁଜ୍‌): ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଉତ୍ସବ ମୁଖର ସମ୍ବଲପୁର। ଆଉ ମାତ୍ର ୧୧ଦିନ ପରେ ଆରମ୍ଭ ହେବ ଗତ ଦୁଇ ବର୍ଷ ହେବ ବନ୍ଦ ଥିବା ଶୀତଳ ଷଷ୍ଠୀ ଯାତ୍ରା । ଚଳିତ ବର୍ଷ ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ଯାତ୍ରାକୁ କିପରି ଶୃଙ୍ଖଳିତ କରାଯିବ ତାକୁ ନେଇ ବିଭିନ୍ନ ପୂଜା କମିଟି ସହ ଆଲୋଚନା କରାଯାଇଛି।

ସେହିପରି ଯାତ୍ରାରେ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଟ୍ରାଫିକ ବ୍ୟବସ୍ଥାକୁ କଡାକଡି କରାଯିବ। ଶୀତଳ ଷଷ୍ଠୀ ଯାତ୍ରାରେ ୪୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବା ନେଇ ଏସପି ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.