ସ୍ୱାଧୀନତା ଦିବସ ପାଇଁ ପ୍ରଦର୍ଶନୀ ପଡ଼ିଆରେ ଚାଲିଛି ପ୍ରସ୍ତୁତି, ପରେଡ ବେଳେ ସାଧାରଣ ଲୋକଙ୍କ ସହ ଗଣମାଧ୍ୟମକୁ ବି ବାରଣ

ଭୁବନେଶ୍ବର(କେନ୍ଯୁଜ୍): ଆସନ୍ତାକାଲି ଦେଶ ପାଳିବ ସ୍ୱାଧୀନତା ଦିବସ । ଚଳିତ ବର୍ଷ ଶାନ୍ତିଶୃଙ୍ଖଳାର ସହ ସ୍ୱାଧୀନତା ଦିବସ ପାଳନ କରିବା ଉପରେ ଗୁରୁତ୍ୱ ଦେଇଛି କମିଶନରେଟ ପୋଲିସ। ଏଥିପାଇଁ ପ୍ରଦର୍ଶନୀ ପଡ଼ିଆରେ ଚାଲିଛି ଜୋରଦାର ପ୍ରସ୍ତୁତି । ଏଥର କୌଣସି ସ୍କୁଲ ଛାତ୍ରଛାତ୍ରୀ ଭାଗ ନେଇପାରିବେ ନାହିଁ । କେବଳ ରାଷ୍ଟ୍ରୀୟ ସାଲ୍ୟୁଟ ଦିଆଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେବେ।

ପରେଡ ବେଳେ ସାଧାରଣ ଲୋକଙ୍କୁ ପଡିଆ ଭିତରକୁ ପଶିବାକୁ ଦିଆଯିବନାହିଁ । ଏପରିକି ଗଣମାଧ୍ୟମକୁ ମଧ୍ୟ ବାରଣ କରାଯାଇଛି। ପଡ଼ିଆ ଚାରିପଟେ ଥିବା ବିଲ୍ଡିଂ ଓ ସରକାରୀ ପ୍ରତିଷ୍ଠାନକୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି। ଏଥର ସୁରକ୍ଷା ଦାୟିତ୍ୱରେ  ୮ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ ହେବେ ।

ଗତକାଲି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବା ସହ ପଡିଆ ବୁଲି ଦେଖିଥିଲେ ଡିଜିପି । ପୂର୍ବଭଳି ପରେଡରେ ୪୬ଟି ଦଳ ତଥା ୩ଟି ଟ୍ରୁପ୍‌କୁ ଭାଗ ନେବାକୁ ଅନୁମତି ମିଳିଛି । ଏହି ଅବସରରେ କୋଭିଡ ଯୋଦ୍ଧାଙ୍କୁ ସମ୍ମାନିତ କରାଯିବ ବୋଲି କହିଛନ୍ତି ପୋଲିସ କମିଶନର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.