ରଥଯାତ୍ରା ପାଇଁ ଦଇତାପତି ନିଯୋଗର ପ୍ରସ୍ତୁତି: ଯୁବ ଦଇତାପତିଙ୍କ ଆଚରଣ, ନୀତି ଶୃଙ୍ଖଳା ଉପରେ ଗୁରୁତ୍ୱ

ପୁରୀ(କେନ୍ୟୁଜ୍‌): ରଥଯାତ୍ରାରେ ନୀତି ଶୃଙ୍ଖଳା ସହ ଆଚରଣ ଓ ଉଚ୍ଚାରଣ କିଭଳି ରହିବ। ସେ ଉପରେ ଯୁବ ଦଇତାପତିଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଚଳିତ ବର୍ଷ ରଥଯାତ୍ରା ଯେଭଲି ଶୃଙ୍ଖଳିତ ଭାବେ ଶେଷ ହେବ ସେନେଇ ଦଇତାପତି ନିଯୋଗ ପକ୍ଷରୁ ପ୍ରସ୍ତୁତି କରାଯାଇଛି। ଆଉ ଦେଢ ମାସ ପରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ସ୍ନାନଯାତ୍ରା, ଶ୍ରୀଗୁଣ୍ଡିଚା ଯାତ୍ରାଠାରୁ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ସଂପୂର୍ଣ୍ଣ ରଥଯାତ୍ରାକୁ ଦଇତାପତି ନିଯୋଗ ସଂପାଦନ କରିବେ।

ଏଥିପାଇଁ ପୁରୀ ନୀଳାଦ୍ରି ଭକ୍ତ ନିବାସରେ ନିଯୋଗ ପକ୍ଷରୁ ଯୁବ ଦଇତାପତିଙ୍କୁ ନେଇ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଅବସରରେ ମହାପ୍ରଭୁଙ୍କ ସେବା କ୍ଷେତ୍ରରେ ଶ୍ରେଷ୍ଠତା ପାଇଁ ୮ଜଣ ବରିଷ୍ଠ ସେବାୟତଙ୍କୁ ନିଯୋଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଶ୍ରୀମନ୍ଦିର ଦଇତାପତି ନିଯୋଗ ସଂପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ, ଶ୍ରୀମନ୍ଦିର ନୀତି ପ୍ରଶାସନ , ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ବିଭିନ୍ନ ନିଯୋଗର ସଭାପତି ଏବଂ ସଂପାଦକ ଉପସ୍ଥିତ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.