ପୁଣି ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ , ୨୦ରୁ ଦୁଇ ଦିନିଆ ଗସ୍ତରେ ଆସିବା ସମ୍ଭାବନା

ପୁଣି ଓଡ଼ିଶା ଗସ୍ତରେ ଆସି ପାରନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୨୦ରୁ ଦୁଇ ଦିନିଆ ଗସ୍ତରେ ଆସିବା ସମ୍ଭାବନା ରହିଛି । ନିଜ ଜିଲ୍ଲା ତଥା ଜନ୍ମମାଟି ଓ କର୍ମଭୂମି ରାଇରଙ୍ଗପୁରକୁ ଗସ୍ତ କରିବେ ବୋଲି ସୂଚନା ମିଳିଛି । ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ବିଧିବଦ୍ଧ ସୂଚନା ଦିଆଯାଇ ନାହିଁ ।

ଭୁବନେଶ୍ୱର (କେନ୍ୟୁଜ): ପୁଣି ଓଡ଼ିଶା ଗସ୍ତରେ ଆସି ପାରନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୨୦ରୁ ଦୁଇ ଦିନିଆ ଗସ୍ତରେ ଆସିବା ସମ୍ଭାବନା ରହିଛି । ନିଜ ଜିଲ୍ଲା ତଥା ଜନ୍ମମାଟି ଓ କର୍ମଭୂମି ରାଇରଙ୍ଗପୁରକୁ ଗସ୍ତ କରିବେ ବୋଲି ସୂଚନା ମିଳିଛି । ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ବିଧିବଦ୍ଧ ସୂଚନା ଦିଆଯାଇ ନାହିଁ । ରାଷ୍ଟ୍ରପତି ୨୦ ତାରିଖରେ ପ୍ରଥମେ ବାରିପଦାରେ ପହଞ୍ଚି ସାନ୍ତାଳୀ ରାଇଟର୍ସ ଆସୋସିଏସନର ଏକ ସମ୍ମିଳନୀ ଓ କାର୍ଯ୍ୟକ୍ରମରେ ଯୋଗଦେବେ । ସେଠାରୁ ଆସିବେ ରାଇରଙ୍ଗପୁର । ସେଠାରେ ସ୍ଥାନୀୟ ଲୋକଙ୍କୁ ଭେଟିବା ସହ ରାତ୍ରିଯାପନ କରିବେ ।

୨୧ ତାରିଖ ସକାଳେ ବାଦାମପାହାଡ଼ ଗସ୍ତରେ ଯିବେ ରାଷ୍ଟ୍ରପତି । ପୂଜା ପୂର୍ବରୁ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବଦାମପାହାଡରୁ ଶାଲିମାର ଓ ରାଉରକେଲାକୁ ସପ୍ତାହିକ ଓ ଟାଟାନଗରକୁ ଦୈନିକ ଟ୍ରେନ୍ ଚଳାଚଳ ପାଇଁ ଘୋଷଣା କରିଥିଲେ । ଏହି ଗସ୍ତ ସମୟରେ ରାଷ୍ଟ୍ରପତି ବାଦାମପାହାଡ ଷ୍ଟେସନରୁ ୩ଟି ନୂଆ ଏକ୍ସପ୍ରେସ ଟ୍ରେନର ଉଦଘାଟନ କରିପାରନ୍ତି । ଏହାବ୍ୟତୀତ ପାହାଡପୁରରେ ଏଲଏଣ୍ଡଟି ଦ୍ବାରା ସ୍କିଲ ହବ୍, ରାଇରଙ୍ଗପୁର ପୋଷ୍ଟାଲ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ପ୍ରୋଜେକ୍ଟର ଉଦଘାଟନ କରିବା ନେଇ ସମ୍ଭାବନା ରହିଛି । ରାଷ୍ଟ୍ରପତି ଭାବରେ ଜନ୍ମମାଟିକୁ ଏହା ତାଙ୍କର ଦ୍ବିତୀୟ ଗସ୍ତ ହେବ । ପୂର୍ବରୁ ଓଡ଼ିଶା ଗସ୍ତରେ ଆସି ଶିମିଳିପାଳ ଅଭୟାରଣ୍ୟ ଯାଇଥିଲେ । ନିଜ ଘରେ ରାତ୍ରିଯାପନ କରିଥିଲେ ମହାମହିମ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.