କେନ୍ଦୁଝର ଗୋନାସିକାରେ ରାଷ୍ଟ୍ରପତି, ଜୁଆଙ୍ଗ ଜନଜାତିଙ୍କ ସହ କଲେ ଆଲୋଚନା

କେନ୍ଦୁଝରର ଗୋନାସିକାରେ ଜୁଆଙ୍ଗ ଜନଜାତିଙ୍କ ସହ ଆଲୋଚନା କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଜନଜାତିଙ୍କ ଆର୍ଥିକ ବିକାଶ ସହ ସ୍ୱାବଲମ୍ବୀ ଉପରେ ଗୁରୁତ୍ୱରୋପ କରିଥିଲେ । ଦେଶ, ସମାଜ, ଘରର ଉନ୍ନତି ପାଇଁ ପୁରୁଷ ଓ ମହିଳାଙ୍କ ଉନ୍ନତି ଆବଶ୍ୟକ ।

କେନ୍ଦୁଝର (କେନ୍ୟୁଜ୍‌): କେନ୍ଦୁଝରର ଗୋନାସିକାରେ ଜୁଆଙ୍ଗ ଜନଜାତିଙ୍କ ସହ ଆଲୋଚନା କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଜନଜାତିଙ୍କ ଆର୍ଥିକ ବିକାଶ ସହ ସ୍ୱାବଲମ୍ବୀ ଉପରେ ଗୁରୁତ୍ୱ।ରୋପ କରିଥିଲେ । ଦେଶ, ସମାଜ, ଘରର ଉନ୍ନତି ପାଇଁ ପୁରୁଷ ଓ ମହିଳାଙ୍କ ଉନ୍ନତି ଆବଶ୍ୟକ । ଶିକ୍ଷା ହିଁ ଜୀବନକୁ ଭଲ ଭାବରେ ବଞ୍ଚିବାର ମାର୍ଗ ଦେଖାଇଥାଏ । ଯେତେ କଠିନ ପରିସ୍ଥିତି ହେଲେ ବି ପାଠ ପଢ଼ିବା ବୋଲି କହିଛନ୍ତି ରାଷ୍ଟ୍ରପତି । କୌଶଳ ବିକାଶ ଉପରେ ଗୁରୁତ୍ବ ଦିଆଯାଉଥିବା କହିଛନ୍ତି ମହାମହିମ ।

କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ର ଗୋନାସିକାର ସ୍କୁଲ ପଡିଆ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜୁଆଙ୍ଗ ଓ ପାଉଡି ଭୂୟାଁ ଜନଜାତିଙ୍କୁ ମିଳୁଥିବା ସରକାର ଙ୍କ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ । ଜନଜାତିର ଗ୍ରାମ ମୁଖ୍ୟ ତଥା ସର୍ଦ୍ଦାରମାନଙ୍କୁ ପୁରସ୍କୃତ କରିଥିଲେ । ତା ପରେ ଚାଲି ଚାଲି ଯାଇ ରାସ୍ତା ରେ ଛୋଟ ଛୁଆଙ୍କୁ ଚକୋଲେଟ ବଣ୍ଟନ କରିଥିଲେ । ଏହାପରେ ରାଷ୍ଟ୍ରପତି ଧରଣୀଧର ବିଶ୍ବବିଦ୍ୟାଳୟରେ ଜନଜାତି ଶୀର୍ଷକ ଆଲୋଚନାଚକ୍ରକୁ ଉଦଘାଟନ କରିଛନ୍ତି । ପରେ ଭୁବନେଶ୍ବର ଆସି ଉତ୍କଳ ବିଶ୍ୱବିଦ୍ୟାଳୟର ୫୩ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି । ଟ୍ବିନ୍ ସିଟିରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ପାଇଁ ୫୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.