କାଲି ଦିନ ୧୧ଟା ୪୫ ମିନିଟରେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବେ ରାଷ୍ଟ୍ରପତି

ଭୁବନେଶ୍ବର(କେନ୍ୟୁଜ୍):  ଆସନ୍ତାକାଲି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କାଲି ଦିନ ୧୧ଟା ୪୫ ମିନିଟରେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବେ ରାଷ୍ଟ୍ରପତି । ଏହାପରେ ମଧ୍ୟାହ୍ନ ୧୨ଟା ୨୫ରେ ଉତ୍କଳ ମଣ୍ଡପରେ ଜ୍ଞାନପ୍ରଭା ମିଶନ ପ୍ରତିଷ୍ଠା ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ଯୋଗ ଦେବେ । ଅପରାହ୍‌ଣ ୪ଟା ୧୫ରେ ରମାଦେବୀ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ । ସେଠାରେ ଘଣ୍ଟାଏ ରହିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ରାଜଭବନରେ ରାତ୍ରିଯାପନ କରିବେ । ୧୧ ତାରିଖ ସକାଳ ୯ଟାରେ ଲିଙ୍ଗରାଜ ମନ୍ଦିର ଯିବେ ରାଷ୍ଟ୍ରପତି । ୯ଟା ୧୦ରେ ଲିଙ୍ଗରାଜ ମନ୍ଦିରରେ ପହଞ୍ଚିବେ । ପାଖାପାଖି ୩୦ ମିନିଟ ମନ୍ଦିରରେ ରହି ପୂଜାର୍ଚ୍ଚନା କରିବେ ରାଷ୍ଟ୍ରପତି । ପରେ କଟକ ଯିବେ । ବିଦ୍ୟାଧରସ୍ଥିତ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନରେ ଇଣ୍ଡିଆନ ରାଇସ୍‌ କଂଗ୍ରେସକୁ ଉଦଘାଟନ କରିବେ । କଟକ କାର୍ଯ୍ୟକ୍ରମ ସାରି ଅପରାହ୍‌ଣ ୧୨ଟା ୪୫ରେ ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ଫେରିଯିବେ ।

ରାଷ୍ଟ୍ରପତି ହେବା ପରେ ଏହା ଦ୍ରୌପଦୀ ମୁର୍ମୁଙ୍କ ଦ୍ୱିତୀୟ ଓଡ଼ିଶା ଗସ୍ତ । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ହାଇ ଆଲର୍ଟରେ ଟୁଇନ ସିଟି । ବ୍ଲୁ ବୁକ୍‌ ଅନୁସାରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱରରେ ସୁରକ୍ଷା ଦାୟିତ୍ୱରେ ୨୭୫ ପୋଲିସ ଅଧିକାରୀ ଓ ୪୦ ପ୍ଲାଟୁନ ଫୋର୍ସ ମୁତୟନ ରହିବେ । ସେହିପରି କଟକରେ ୨୦ ପ୍ଲାଟୁନ୍‌ ଫୋର୍ସ ଓ ଶହେ ବରିଷ୍ଠ ପୋଲିସ ଅଧିକାରୀ ରାଷ୍ଟ୍ରପତିଙ୍କ ସୁରକ୍ଷା ଦାୟିତ୍ୱରେ ରହିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.