ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ ଅସୁସ୍ଥ; ଫୁସ୍‌ଫୁସ୍‌ ଓ କିଡ୍‌ନୀରେ ସଂକ୍ରମଣ

ଅସୁସ୍ଥ ହୋଇପଡ଼ିଛନ୍ତି ଝାଡ଼ଖଣ୍ଡର ପୂର୍ବତନ ସିଏମ୍‌ ଶିବୁ ସୋରେନ। ତାଙ୍କୁ ରାଞ୍ଚିର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୋରେନଙ୍କ ଫୁସ୍‌ଫୁସ୍‌ ଓ କିଡ୍‌ନୀରେ ସଂକ୍ରମଣ ହୋଇଥିବା ଜଣାପଡ଼ିଛି।

ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ମୁଖିଆ ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ରାଞ୍ଚିର ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ, ଶିବୁ ସୋରେନଙ୍କୁ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇଥିଲା। ତାଙ୍କ ଫୁସ୍‌ଫୁସ୍‌ ଓ କିଡ୍‌ନୀରେ ସଂକ୍ରମଣ ହୋଇଥିବା ଜଣାପଡ଼ିଛି। ମେଦାନ୍ତାରେ ବର୍ତ୍ତମାନ ନେଫ୍ରୋଲୋଜିଷ୍ଟ୍‍ ଡାକ୍ତର ଅମିତ୍‌ଙ୍କ ହେପାଜତରେ ସୋରେନଙ୍କ ଚିକିତ୍ସା ଚାଲିଛି।

୮୦ ବର୍ଷୀୟ ଶିବୁ ସୋରେନ ୩ ଥର ଝାଡ଼ଖଣ୍ଡ ରାଜ୍ୟର ମୁଖ୍ୟମନ୍ତ୍ରୀ ରହିଛନ୍ତି। ବର୍ତ୍ତମାନ ତାଙ୍କ ପୁଅ ହେମନ୍ତ ସୋରେନ ଝାଡ଼ଖଣ୍ଡର ସିଏମ୍‌ ଅଛନ୍ତି। ଚଳିତ ମାସରେ ଶିବୁ ସୋରେନ ପୁଅ ହେମନ୍ତଙ୍କ ସହ ଧନବାଦର ଏକ ରାଲିରେ ଯୋଗ ଦେଇଥିଲେ, ଯେଉଁଠି ସେ ରାଲିକୁ ସମ୍ବୋଧିତ କରିବାକୁ ଯାଇ ଶିକ୍ଷା ଏବଂ କୃଷିରେ ସୁଧାରର କଥା କହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.