ନବ ଦାସଙ୍କ ପରେ ଝାରସୁଗୁଡା ପାଇଁ ମିଳିଗଲା ଉତ୍ତରାଧୀକାରୀ, ଜାଣିବାକୁ ଚାହୁଁଛନ୍ତି ଯଦି ପଢନ୍ତୁ

କେନ୍ୟୁଜ୍(ବ୍ୟୁରୋ): ନବ ଦାସଙ୍କ ପରେ ଝାରସୁଗୁଡା ପାଇଁ ମିଳିଗଲା ଉତ୍ତରାଧୀକାରୀ। ଆଜି ପରୋକ୍ଷରେ ସେ ଦିଗକୁ ସଙ୍କେତ କରି କହିଛନ୍ତି ନବଦାସଙ୍କ ଝିଅ ଦିପାଳୀ ଦାସ। ସ୍ମୃତିଚାରଣ ସଭାରେ ଯଦିଓ କୌଣସି ରାଜନୈତିକ ଚର୍ଚ୍ଚା ହୋଇନଥିଲା । ହେଲେ ବାପାଙ୍କ ଶ୍ରଦ୍ଧଞ୍ଜଳି ସଭାରେ ଝିଅର ସ୍ମୃତିଚାରଣ ବେଳେ ଯେଉଁ କେତୋଟି ବାକ୍ୟ ତାଙ୍କ ବାପାଙ୍କୁ ନେଇ କହିଥିଲେ ସେଥିରୁ ଏହା ସ୍ପଷ୍ଟ ବାରି ହୋଇପଡୁଛି । ବାପା ଚାଲିଯାଇଛନ୍ତି ସତ କିନ୍ତୁ ବହୁତ ବଡ଼ ପରିବାର ଦେଇକି ଯାଇଛନ୍ତି। କେବେ ଭୁଲି ପାରିବୁ ନାହିଁ ଏତେ ଲୋକ ଆମ ସାଙ୍ଗରେ ଅଛନ୍ତି। ଏତେ ଭଲ ପାଉଛନ୍ତି। ମୁଁ ଭାବୁଥିଲି କେବଳ ମୁଁ ଅନାଥ ହୋଇଯାଇଛି, କିନ୍ତୁ ଅନେକ ଲୋକ ସେହି ସମାନ କଥା କହୁଛନ୍ତି। ଏହାଠାରୁ ବଡ଼ କଥା କିଛି ନଥାଇ ପାରେ।

ଏଥିରୁ ସ୍ପଷ୍ଟ ଆଭାସ ମିଳୁଛି,ସେ ହିଁ ଝାରସୁଗୁଡ଼ାରେ ନବ ଦାସଙ୍କ ଲିଗାସୀକୁ ଆଗକୁ ନେବେ । ବାପା ନବ ଦାସଙ୍କୁ ମନେପକାଇ ଶ୍ରଦ୍ଧାଞ୍ଜଳି ସଭାରେ କାନ୍ଦିଲେ ଝିଅ ଦୀପାଳି। କହିଲେ, ବାପା କହୁଥିଲେ ସତ୍ୟର ବିଜୟ ହେବ। ଝାରସୁଗୁଡ଼ାର ବିକାଶ ବାପାଙ୍କର ସ୍ୱପ୍ନ ଥିଲା। ଝାରସୁଗୁଡ଼ାରେ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ବାପାଙ୍କ ସ୍ୱପ୍ନ ଥିଲା। ବାପାଙ୍କ ଅଧୁରା ସ୍ୱପ୍ନକୁ ଆମେ ମିଳିମିଶି ପୂରଣ କରିବା ବୋଲି ସେ କହିଛନ୍ତି । ଏହି ସ୍ମୃତି ସଭାରେ ଅନୁଭବ କରୁଛି ଯେ, ଏବେ ବି ବାପା ମୋ ସହ ଅଛନ୍ତି । ଯେତେବେଳେ ଷ୍ଟେଜକୁ ଆସୁଥିଲି କିଛି କହିବା ପାଇଁ, ଭାଷଣ ପରେ ବାପା କହୁଥିଲେ ବହୁତ ଭଲ କହୁଛୁ । ଏଭଳି ଦିପାଲୀଙ୍କ କୋହଭରା ସ୍ମୃତି ଚାରଣ, ଭାବବିହ୍ଵଳ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.