ପ୍ରଭୁ ଲିଙ୍କରାଜଙ୍କୁ ଦର୍ଶନ କଲେ ମହାମହିମ: ସିଦ୍ଧ ଗଣେଶଙ୍କ ପୂଜା ପରେ ମହାଦେବଙ୍କୁ କଲେ ଜଳାଭିଷେ

ଭୁବନେଶ୍ୱର (କେନ୍ୟୁଜ): ପ୍ରଭୁ ଲିଙ୍କରାଜଙ୍କୁ ଦର୍ଶନ କଲେ ମହାମହିମ । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଶ୍ରୀଲିଙ୍ଗରାଜ ମନ୍ଦିର ଯାଇଥିଲେ । ପ୍ରଭୁ ଲିଙ୍ଗରାଜକୁ ଦର୍ଶନ କରିଛନ୍ତି । ସାଙ୍ଗରେ ଥିଲେ ତାଙ୍କ ଝିଅ । ମାଉସୀ ମାଆ ଛକରୁ ରଥ ରୋଡ୍‌ ହୋଇ ମନ୍ଦିର ଆସିଥିଲେ ରାଷ୍ଟ୍ରପତି । ପାଦହରା ପୁଷ୍କରିଣୀରେ ପାଦ ଧୋଇ ମନ୍ଦିରରେ ପ୍ରବେଶ କରିଥିଲେ । ତିନି ମହାମହିମଙ୍କୁ ମନ୍ଦିର ଭିତରକୁ ପାଛୋଟି ନେଇଥିଲେ ନିଯୋଗ ସମ୍ପାଦକ । ସିଦ୍ଧ ଗଣେଶଙ୍କ ନିକଟରେ ପୂଜା ପରେ ଗର୍ଭଗୃହ ଯାଇ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିଥିଲେ। ମନ୍ଦିର କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବଡୁ ନିଯୋଗ ସଂପାଦକ କମଳାକାନ୍ତ ବଡୁଙ୍କୁ ରାଷ୍ଟ୍ରପତିଙ୍କ ଜଳାଭିଷେକ ଓ ପୂଜାର୍ଚ୍ଚନରେ ସହାୟତା କରିଥିଲେ । ଏହି ସମୟରେ ସେବାୟତଙ୍କ ପକ୍ଷରୁ ମହାପ୍ରଭୁ ଲିଙ୍ଗରାଜଙ୍କ ପ୍ରିୟ କୋଠ ଭୋଗ, ମୁଆଁ ଓ କୋରାଖଇ ଭେଟି ଦେଇଥିଲେ ସେବାୟତ ।

ଦୁଦୁରା, ନାଗଚମ୍ପା ଓ ଅଶୋକ ଫୁଲରେ ପୂଜାର୍ଚ୍ଚନା କରିଛନ୍ତି ରାଷ୍ଟ୍ରପତି । ଲିଙ୍ଗରାଜ ମନ୍ଦିରରେ ପ୍ରାୟ ଅଧଘଣ୍ଟା ରହିଥିଲେ ରାଷ୍ଟ୍ରପତି । ଏତିକିବେଳେ ବନ୍ଦ ରହିଥିଲା ସର୍ବସାଧାରଣ ଦର୍ଶନ । ଲିଙ୍ଗରାଜ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । ରାଷ୍ଟ୍ରପତି ହେବା ପରେ ଏହା ଦ୍ରୌପଦୀ ମୁର୍ମୁଙ୍କ ଦ୍ୱିତୀୟ ଓଡ଼ିଶା ଗସ୍ତ । ପୂର୍ବ ଗସ୍ତ ସମୟରେ ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.