ଅଜାଣତରେ ଆପଣଙ୍କ ନାଁ ରେ ଅନ୍ୟ କେହି ଲୋନ ଉଠାଉଛନ୍ତି କି? ଜାଣିବା ପାଇଁ ଫଲୋ କରନ୍ତୁ ଏହି ଷ୍ଟେପ

ଆପଣଙ୍କ ନାମରେ କେତେ ଲୋନ ଏବଂ କ୍ରେଡ଼ିଟ୍ କାର୍ଡ଼ ରହିଛି ସେହି ବିଷୟରେ ଜାଣିବା ଅତ୍ୟନ୍ତ ସହଜ । କ୍ରେଡିଟ ରିପୋର୍ଟରେ ଲୋନ ଏବଂ କ୍ରେଡିଟ୍ କାର୍ଡର ଡ଼ିଟେଲ୍ସ ମିଳିଥାଏ । ଆପଣ CIBIL, Equifax, Experian ଏବଂ CRIF HIGH Mark ରେ ନିଜର କ୍ରେଡ଼ିଟ୍ ରିପୋର୍ଟ ଚେକ୍ କରିପାରିବେ ।

ଲୋକଙ୍କୁ ଲୋନ୍‌ ନେବା ପାଇଁ ବହୁତ କିଛି ପରିଶ୍ରମ କରିବାକୁ ପଡେ। ତାସହିତ ବହୁତ ପ୍ରକାର ଡକ୍ୟୁମେଣ୍ଟସ ବି ଦେବାକୁ ପଡିଥାଏ। ତାପରେ ବି ଲୋନ୍‌ ଆପ୍ରୁଭ ହେବା ମୁସ୍କିଲ ହୋଇଥାଏ। ସେହିପରି ଅଧିକାଂଶ ବ୍ୟାଙ୍କ ଏବେ ପାନ୍‌ କାର୍ଡରେ ଲୋନ୍‌ ପ୍ରୋଭାଇଡ୍‌ କରାଉଛନ୍ତି। ଏଥିପାଇଁ ଆପଣଙ୍କୁ କୌଣସି ଅନ୍ୟ ଡକ୍ୟୁମେଣ୍ଟ ଲଞ୍ଚ୍‌ କରିବାର ଆବଶ୍ୟକତା ନାହିଁ। ଯଦି ଆପଣ ଲୋନ୍‌ ନେବାକୁ ଚାହୁଁଛନ୍ତି ତାହେଲେ ମଧ୍ୟ ଆପଣ ପାନ୍‌ କାର୍ଡରେ ଲୋନ୍‌ ନେଇପାରିବେ। ଯଦିଓ ଏଥିପାଇଁ ଆପଣଙ୍କୁ କିଛି ପ୍ରୋସେସକୁ ପୂରା କରିବାକୁ ହେବ।

ଏହାରି ମଧ୍ୟରେ ସାଇବର ଠକ ମାନେ ବିଭିନ୍ନ ଉପାୟରେ ଲୋକ ମାନଙ୍କୁ ଠକିବାକୁ ଲାଗିଛନ୍ତି । ବହୁବାର ରିପୋର୍ଟ ଆସିଛି ଯେ କିଛି ସାଇବର ଠକ ଲୋକମାନଙ୍କ ନାମରେ ଲୋନ ଉଠାଇଛନ୍ତି ହେଲ ଯେଉଁ ବ୍ୟକ୍ତିଙ୍କ ନାମରେ ଲୋନ ଉଠାଯାଇଛି ସେହି ବ୍ୟକ୍ତି ଜଣଙ୍କୁ ଏହି ବିଷୟରେ କିଛି ଜଣା । ଇନଷ୍ଟାଣ୍ଟ ଲୋନ ଜରିଆରେ ସାଇବର ଠକ ଏପରି କରୁଛନ୍ତି ବୋଲି ସୂଚନା ମିଳିଛି । ସାଇବର ଠକ ମାନେ ଏମିତି ତଥ୍ୟ ଚୋରି କରନ୍ତି ଏଥିରେ ଆପଣଙ୍କୁ କୌଣସି ସୂଚନା ମିଳି ନଥିବ ହେଲେ ଆପଣଙ୍କ ନାମରେ ଲୋନ ଉଠିଯାଇଥିବ। । ତେବେ ଆସନ୍ତୁ ଜାଣିବା କିପରି ଏହି ବିଷୟରେ ଜାଣି ସତର୍କ ରହିବା ।

ସୂଚନା ଅନୁସାରେ, କୋଭିଡ୍ ମହାମାରୀ ସମୟରେ ଏପରି କିଛି ଘଟଣା ସାମ୍ନାକୁ ଆସିଥିଲା । ବହୁ ଲୋକମାନଙ୍କ ନାମରେ ଲୋନ ଉଠାଯାଇଥିଲା ହେଲେ ସେହି ବ୍ୟକ୍ତି ମାନଙ୍କୁ କୌଣସି ପ୍ରକାର ଜଣା ନଥିଲା ଯେ, ତାଙ୍କ ନାମରେ ଲୋନ ଉଠିଛି । ଲୋନ ଋଣ ବଢିବା ପରେ ସମସ୍ତ ତଥ୍ୟ ସାମ୍ନାକୁ ଆସିଥିଲା । ସେଥିପାଇଁ ସର୍ବପ୍ରଥମେ ବୁଝିବାକୁ ପଡ଼ିବ ଯେ, ଆପଣଙ୍କ ଅନୁମତି ବିନା ଏପରି କେମିତି ହେଉଛି । ତେବେ ସାଇବ ଠକେଇ ପ୍ୟାନକାର୍ଡ ଏବଂ ମୋବାଇଲ ନମ୍ବରକୁ ନେଇ ସଂପୂର୍ଣ୍ଣ ଚାଲ ଚଲେଇଛି । ସାଇବର ଠକମାନେ ବ୍ୟବହାରକାରୀଙ୍କ ନାମରେ ଛୋଟଛୋଟ ଲୋନ ଉଠାନ୍ତି । ଜାଣନ୍ତୁ ଏଥିରୁ କିପରି ସତର୍କ ରହିବେ..

ପୂର୍ବ କିଛି ବର୍ଷ ତଳେ ଇନଷ୍ଟାଣ୍ଟ ଲୋନ ଆପ ଆସିଛି । ଏହି ଆପରେ ଖୁବ ଅଳ୍ପ ସମୟରେ ଲୋନ ମିଳୁଛି । ସାଇବର ଠକମାନେ ଏହାର ସହାୟତା ନେଇ ଅପରାଧ କରୁଛନ୍ତି । ଏଥିରେ ୟୁଜର୍ସ ମାନଙ୍କ ପ୍ୟାନକାର୍ଡ ଏବଂ ମୋବାଇଲ ନମ୍ବରରେ ଛୋଟ ଲୋନ ଜାରି କରାଯାଇପାରିବ ।

କିଛି ସମୟରେ ଆମର ପ୍ୟାନକାର୍ଡ, ଆଧାରକାର୍ଡ ବହୁ ଲୋକଙ୍କ ସହ ସେୟାର କରିଥାଉ । ଆଉ ପ୍ୟାନକାର୍ଡ଼ ବ୍ୟାଙ୍କ ଆକାଉଣ୍ଟ ସହିତ ଲିଙ୍କ ଥାଏ । ଏଥିରେ ଆପଣ ନିଜର CIBIL ସ୍କୋର ଚେକ୍ କରିପାରିବେ । ବ୍ୟବହାରକାରୀ ନିଜର CIBIL ସ୍କୋରକୁ ଯେଉଁ ଏଜେନ୍ସିଙ୍କ ଦ୍ୱାରା ମଧ୍ୟ ଚେକ୍ କରିପାରିବ । ଏଥିରୁ ଜଣା ପଡ଼ିଥାଏ ଯେ ଆପଣଙ୍କ ନାମରେ କିଏ ଲୋନ ଉଠାଇଛି କି ନାହିଁ ।

ଆପଣଙ୍କ ନାମରେ କେତେ ଲୋନ ଏବଂ କ୍ରେଡ଼ିଟ୍ କାର୍ଡ଼ ରହିଛି ସେହି ବିଷୟରେ ଜାଣିବା ଅତ୍ୟନ୍ତ ସହଜ । କ୍ରେଡିଟ ରିପୋର୍ଟରେ ଲୋନ ଏବଂ କ୍ରେଡିଟ୍ କାର୍ଡର ଡ଼ିଟେଲ୍ସ ମିଳିଥାଏ । ଆପଣ CIBIL, Equifax, Experian ଏବଂ CRIF HIGH Mark ରେ ନିଜର କ୍ରେଡ଼ିଟ୍ ରିପୋର୍ଟ ଚେକ୍ କରିପାରିବେ । ତେବେ କ୍ରେଡ଼ିଟର ରିପୋର୍ଟ ପାଇଁ ଆପଣଙ୍କୁ ଏହି ୱେବସାଇଟକୁ ଯାଇ ନିଜର ନାମ, ଆଡ୍ରେସ, ମୋବାଇଲ ନମ୍ବର ଏବଂ ମୋବାଇଲକୁ ଆସୁଥିବା ଓଟିପି ଦେଇ ନିଜ ଫୋନରେ ଦେଖିପାରିବେ ଆପଣଙ୍କ ନାମରେ କେତେ ଲୋନ ଉଠିଛି କି ନାହିଁ । ଏଥିରୁ ବଞ୍ଚିବା ପାଇଁ ପ୍ରଥମେ ନିଜକୁ ସତର୍କ ରଖନ୍ତୁ । ଆଧାର କାର୍ଡ଼ କିମ୍ବା ପ୍ୟାନକାର୍ଡ କୌଣସି ଅଜଣା ବ୍ୟକ୍ତିଙ୍କ ସହ ସେୟାର କରନ୍ତୁ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.