ଫିଲ୍ମ ‘ଭୋଲା’ର ପ୍ରୋମୋ ସେୟାର କଲେ ଅଜୟ ଦେବଗନ, ଭୟଙ୍କର ଲୁକ୍‌ରେ ନଜର ଆସିଲେ ଅଭିଷେକ ବଚ୍ଚନ !

ପରଦାକୁ ଫେରୁଛନ୍ତି ଅଭିଷେକ ବଚ୍ଚନ। ତା’ ପୁଣି ଭୟଙ୍କର ଲୁକ୍‌ରେ । ଫିଲ୍ମ ‘ଭୋଲା’ରେ ଅଜୟଙ୍କ ସହିତ ନଜର ଆସିବେ ଅଭିଷେକ ବଚ୍ଚନ ।

ଅଜୟ ଦେବଗନଙ୍କ ଅପକମିଂ ଫିଲ୍ମ ‘ଭୋଲା’ର ଟିଜର ନିକଟରେ ରିଲିଜ ହୋଇଥିଲା । ଏଥିରେ ଅଜୟ ଦେବଗନଙ୍କ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଥିଲା । ହେଲେ ଅଜୟ ଦେବଗନ ଏବେ ଏକ ପ୍ରୋମୋ ସେୟାର କରିଛନ୍ତି, ଯେଉଁଥିରେ ଫିଲ୍ମର ରହସ୍ୟ ଏବଂ ଭିନ୍ନ ଚରିତ୍ରକୁ ଦେଖିବାକୁ ମିଳିଛି। ତେବେ ଭିନ୍ନ ଚରିତ୍ର ଅଭିଷେକ ବଚ୍ଚନ ହୋଇପାରନ୍ତି ବୋଲି ଫ୍ୟାନ୍ସ ଆକଳନ କରୁଛନ୍ତି । ଫିଲ୍ମରେ ଅଭିଷେକ ବଚ୍ଚନ କେମିଓ ଭାବେ ନଜର ଆସିବେ । ତେଣେ ପ୍ରୋମୋରେ ଅଭିଷେକ ବଚ୍ଚନ ଥାଇପାରନ୍ତି ବୋଲି ଚର୍ଚ୍ଚା ଚାଲିଛି ।

୧୮ସେକେଣ୍ଡର ପ୍ରୋମୋ ଦେଖିଲେ ହୁଏତ କେହି ବି ଅନ୍ଦାଜା ଲଗାଇପାରିବେ ନାହଁ। ତଥାପି ପ୍ରୋମୋରେ ଆଖି ଆଉ ଭିନ୍ନ ଷ୍ଟାଇଲରେ ଠିଆ ହେବା ଦେଖି ସେ ଅଭିଷେକ ବଚ୍ଚନ ବୋଲି ଚର୍ଚ୍ଚା କରାଯାଉଛି ।

ପୂର୍ବରୁ ଭୋଲାର କିଛି ସୁଟିଂ ସେଟରେ ଫଟୋ ଲିକ୍‌ ହୋଇଥିଲା। ଯେଉଁଥିରେ ଅଭିଷେକ ବଚ୍ଚନ ବାରଣାସୀରେ ଅଜୟଙ୍କ ସହିତ ସୁଟିଂ କରିଥିବାର ଦେଖିବାକୁ ମିଳିଥିଲା । ଏହି ଫିଲ୍ମର ନିର୍ଦ୍ଦେଶନା ଅଜୟ ଦେବଗନ ଦେଉଛନ୍ତି ।

ତେବେ ଏହି ପ୍ରୋମୋ ଦେଖିବା ପରେ ଫ୍ୟାନ୍ସ ବିଭିନ୍ନ ପ୍ରକାରର ରିଆକ୍ସନ ଦେଉଛନ୍ତି । ଅଜୟ ଦେବଗନ ଏହି ଫିଲ୍ମରେ ସୂର୍ଯ୍ୟବଂଶୀ ପରେ ପୁଣି ଆକ୍ସନ ମୋଡରେ ନଜର ଆସିବେ ।

ସୂଚନାଯୋଗ୍ୟ, ଅଜୟଙ୍କ ଫିଲ୍ମ ‘ଭୋଲା’ ସାଉଥ ଫିଲ୍ମ କୈଥିର ରିମେକ । ଆଉ ଯେଉଁମାନେ କୈଥି ଦେଖିଛନ୍ତି, ସେମାନେ ଏହି ଫିଲ୍ମର ଟିଜରକୁ ପସନ୍ଦ କରୁନାହାନ୍ତି । ଏହାକୁ ଦେଖି ଫ୍ୟାନ୍ସ କହିଛନ୍ତି, ଫିଲ୍ମର ଟିଜରରେ ଅରିଜିନାଲ ଫିଲ୍ମର ମଜା ନଷ୍ଟ ହୋଇଯାଇଛି । ଅନ୍ୟ ଜଣେ କହିଛନ୍ତି, ଏହା ବିଲକୁଲ କୈଥିର ରିମେକ ଭଳି ଲାଗୁନି । ଏହି ଫିଲ୍ମ ୩୦ ମାର୍ଚ୍ଚରେ ରିଲିଜ ହେବ । ତେବେ ଫିଲ୍ମଟି ବକ୍ସ ଅଫିସରେ କିଭଳି ଆୟ କରିବ, ତାହା ପରେ ଦେଖିବାକୁ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.