Below header

ବାବାଙ୍କ ବୟସ ୧୩ ବର୍ଷ: ଯିଏ ହାତ ଦେଖି କହୁଛନ୍ତି ଲୋକଙ୍କ ଭୂତ ଭବିଷ୍ଯତ, ଜମୁଛି ଭିଡ

କଣ୍ଟାମାଳ(କେନ୍ୟୁଜ୍‌): ବାବା ମାତାଙ୍କୁ ନେଇ ଅନେକ ଖବର ପୂର୍ବରୁ ପ୍ରଚାର ହୋଇଛି। ଲୋକଙ୍କ ବିଶ୍ବାସ ଏବଂ ଆଧ୍ଯାତ୍ମିକ ଭାବନକୁ ମୋହରା କରି ଏମାନେ ଅନେକ କାଣ୍ଡ କରିଥାନ୍ତି। ତଥାପି ଏମାନଙ୍କ ଉପରେ କିଛି ଲୋକ ଆଖି ବୁଜି ବିଶ୍ବାସ କରିଥାନ୍ତି । ତେବେ ଏଠି କାହାର ବିଶ୍ବାସକୁ ଆମେ ଆକ୍ଷେପ କରୁନୁ। କେବଳ ବିଶ୍ବାସ ନା ଚାଲିଥିବା ଅନ୍ଧବିଶ୍ବାସ ଓ ଭଣ୍ଡ ବାବାଙ୍କ ଠାରୁ ବର୍ତ୍ତିକି ରହିବାକୁ ଆପଣଙ୍କୁ ଚେତାଇ ଦେଉଛି ।

kuni bab

ତେବେ ଏମିତି ଜଣେ ବାବା ଯିଏ  ହାତ ଦେଖି କହୁଛନ୍ତି ଲୋକଙ୍କ ଭୂତ ଭବିଷ୍ଯତ । ଏଭଳି କିଛି ପ୍ରଚାର ହେବାପରେ ଏବେ କୁନି ବାବାଙ୍କ ପାଖରେ ଲାଗୁଛି ଲୋକଙ୍କ ଗହଳି ।ଏ କୁନି ବାବା ଜଣକ ହେଉଛନ୍ତି ବୌଦ୍ଧ ଜିଲ୍ଲା କଂଟାମାଳ ବ୍ଲକ ସୁର୍ଗାଭଟା ଖେତିପଡା ଗାଁର ୧୩ ବର୍ଷୀୟ ସ୍ବାଧିନ ରଣା । ସ୍ବାଧିନ ପାଖ ଗାଁ ସ୍କୁଲରେ ନବମ ଶ୍ରେଣୀରେ ପାଠ ପଢୁଛନ୍ତି । ଗତ ୩୦ ତାରିଖରରେ ହଠାତ ଭାଗବାନଙ୍କ ପାଖରୁ ବରଦାନ ପାଇଥିବା କହୁଛନ୍ତି ସ୍ବାଧିନ । ଏଣୁ ଏବେ ପ୍ରତ୍ୟେକ ସୋମବାର ଏବଂ ଶୁକ୍ରବାର ଦିନ ସ୍ବାଧିନ ନିଜ ଘର ବାରିପଟେ ଥିବା ଭୋଲେବାବାଙ୍କ ଠାରେ ପୂଜା କରୁଛି ।

ସପ୍ତାହର ଅନ୍ଯଦିନ ମାନଙ୍କରେ ସେ ପାଠ ପଢିବାକୁ ଯାଉଥିବାବେଳେ ସୋମବାର ଓ ଶୁକ୍ରବାର ସେ ସେଠାରେ ରହି ଲୋକଙ୍କ ହାତ ଦେଖୁଛି ଓ ଭୁତ ଭବିଷ୍ଯତ ସବୁ କହି ଦଉଛି । ଆଉ ଏସବୁ ପ୍ରଚାର ହେବାପରେ ପ୍ରତ୍ୟେକ ସୋମବାର ଓ ଶୁକ୍ରବାର ଦିନ ସେଠାରେ ଜମୁଛି ଲୋକଙ୍କ ଗହଳି । ଛୋଟବେଳୁ ସ୍ବାଧିନ ପୂଜା ପାଠ କରୁଥିଲା ଆଉ ଏବେ ତାକୁ ଭଗବାନ ଅର୍ଶିବାଦ କରିଥିବା ସ୍ବାଧିନର ବାପା କହୁଛନ୍ତି । ତେବେ ଭଗବାନଙ୍କ ଅର୍ଶିବାଦରୁ ଏହା ସମ୍ଭବ ହୋଇଥିବା କହୁଛି କୁନି ବାବା ସ୍ବାଧିନ । ସେପଟେ କୁନି ବାବାଙ୍କ କଥା ସତ ହେଉଥିବା କହୁଛନ୍ତି ଭକ୍ତ ଭାବେ ଆସିଥିବା ଜଣେ ମହିଳା ।

ଦୁନିଆ ଯାଇ କେଉଠି ପହଞ୍ଚିଲାଣି। ଆଜିର ମାନବ ଯାଇ ଜହ୍ନ ରାଇଜରେ ଜାଗା କିଣିଲାଣି। କିନ୍ତୁ ବର୍ତ୍ତମାନ ମଧ୍ୟ ଅନ୍ଧବିଶ୍ବାସର କୀଟ ମଣିଷକୁ ସେମିତି କାମୁଡି ଧରିଛି। ସଭ୍ୟ ସମାଜ ଓ ଓ ଉଗ୍ର ଆଧୁନିକ ଯୁଗରେ ବଞ୍ଚୁଥିବା ମଣିଷ ଏହି ଅନ୍ଧବିଶ୍ବାସକୁ ମଧ୍ୟ ଗଳାହାର କରିଦେଇଛି। ଯାହାର ଜ୍ବଳନ୍ତ ଉଦାହାରଣ ପ୍ରତିଦିନ ଦେଖିବାକୁ ମିଳିଛି । ତେବେ ଏଠି ଭଗବାନଙ୍କୁ ପୂଜା କରିବାକୁ ମନା କରାଯାଉନାହିଁ କି ପରମ୍ପରାକୁ ଭୁଲିଯିବାକୁ କୁହାଯାଉନାହିଁ। କେବଳ ଅନ୍ଧବିଶ୍ବାସକୁ ବିଶ୍ବାସ ନକରି ନିଜ ବୁଦ୍ଧି ବିବେକରେ କାମ କରିବାକୁ ଆମେ
ସଚେତନ କରାଉଛୁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.