ବେଆଇନ୍ ବାହାଘର ହେଉଛି ବୋଲି ସିଡିପିଓଙ୍କୁ ହୋଇଥିଲା ଅଭିଯୋଗ, କିନ୍ତୁ ସହଯୋଗ କଲାନି ପୋଲିସ
ବେଗୁନିଆ (କେନ୍ୟୁଜ): ଅଭିଯୋଗ ମିଳିଲା ବେଆଇନ୍ ବାହାଘର ହେଉଛି । ବାହାଘର ହେଉଥିବା ଜାଗାରେ ପହଞ୍ଚିଲେ ସିଡିପିଓ । ହେଲେ ସେଠି ବର କଣ ଶିଶୁପାଳ ହୋଇ ଫେରିବ ବାହାଘର ବନ୍ଦ ନକରି ପାରି ନିରାଶ ହୋଇ ଫେରିବାକୁ ପଡ଼ିଲା ସିଡିପିଓଙ୍କୁ । ଯାହା ଅଭିଯୋଗ ଆସିଛି ସିଡିପିଓଙ୍କୁ ପୋଲିସ୍ର ସହଯୋଗ ମିଳିଲା ନାହିଁ । ଏ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ପୋଡାଡିହ ପଞ୍ଚାୟତ ଓସ୍ତପୁର ଗାଁରେ ।
କୁହାଯାଉଛି କି ଜଣେ ନାବାଳିକାର ବିବାହ ଉତ୍ସବ ନିକଟସ୍ଥ ଏକ ଶିବ ମନ୍ଦିରରେ ଧୁମ୍ଧାମ୍ରେ ଚାଲିଥିଲା । କୌଣସି ସୂତ୍ରରୁ ଖବର ପାଇ ବେଗୁନିଆ ସିଡିପିଓ ରଞ୍ଜୁବାଳା ସାହୁ ମନ୍ଦିରରେ ପହଞ୍ଚି ବାହାଘର ଅଟକାଇବା ପାଇଁ ଚେଷ୍ଟା କରିଥିଲେ । ନିକଟସ୍ଥ ବାଘମାରୀ ପୋଲିସକୁ ଖବର ବି ଦେଇଥିଲେ । ହେଲେ ପୋଲିସକୁ ଯେତେ ଫୋନ କଲେ ମଧ୍ୟ କେହି ଆସିଲେ ନାହିଁ । ଶେଷରେ ବାଧ୍ୟ ହୋଇ ସିଡିପିଓ ମ୍ୟାଡାମଙ୍କୁ ଘଟଣା ସ୍ଥଳରୁ ଫେରିବାକୁ ପଡିଲା ।
ସେପଟେ ସିଡିପିଓ ବାଘମାରୀ ଥାନାକୁ ଆସି ବେଆଇନ ବିବାହ ସମ୍ପର୍କିତ ଏକ ରିପୋର୍ଟ ଦେଇଛନ୍ତି । ହେଲେ ପରେ କ’ଣ ହେଲା କେଜାଣି ଏବେ ସମସ୍ତେ ଚୁପ୍ । କଣ ବାହାଘର ବେଆଇନ୍ ନଥିଲା କି ? ଯଦି ନଥିଲା ତେବେ ସିଡିପିଓ ଭୁଲ ଖବରରେ ଯାଇଥିଲେ କି ? ଯଦି ନାବାଳିକା ବାହାଘର ଥିଲା ତେବେ ସିଡିପିଓଙ୍କ ଅଭିଯୋଗ ପରେ ପୋଲିସ୍ ଆସିଲା ନାହିଁ କାହିଁକି ? କାର୍ଯ୍ୟାନୁଷ୍ଠାନ ନେଲା ନାହିଁ କାହିଁକି ? ଆଲୋଚନା ହେଉଛି କି ଏହା ଭିତରେ କିଛି ରହସ୍ୟ ରହିଛି । ହେଲେ ଘଟଣାକୁ ନେଇ ଏବେ ସମସ୍ତେ ଚୁପ୍ କାହିଁକି ?