Below header

ଆସନ୍ତା ୨୯ରେ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ

ଆସନ୍ତା ୨୯ରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଖିଚିଂର କିଚକେଶ୍ବରୀ ମନ୍ଦିର ପରିଦର୍ଶନରେ ଆସିବେ

ଆସନ୍ତା ୨୯ରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଖିଚିଂର କିଚକେଶ୍ବରୀ ମନ୍ଦିର ପରିଦର୍ଶନରେ ଆସିବେ ମୁର୍ମୁ ଖିଚିଂର କିଚକେଶ୍ବରୀ ମନ୍ଦିର ପରିଦର୍ଶନରେ ଆସିବେ। ଏନେଇ ରାଷ୍ଟ୍ରପତି ଭବନରୁ ଖିଚିଂ ମନ୍ଦିର କାର୍ଯ୍ୟାଳୟକୁ ଇ-ମେଲ ଆସିଛି । ମୟୂରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଖିଚିଂର ମା କିଚକେଶ୍ୱରୀ । ଖିଚିଂ ମନ୍ଦିର ତରଫରୁ ମହାମହିମଙ୍କୁ ମନ୍ଦିର ପରିଦର୍ଶନରେ ଆସିବା ପାଇଁ ନିମନ୍ତ୍ରଣ ଦିଆ ଯାଇଥିଲା । ଏବେ ରାଷ୍ଟ୍ରପତି ଭବନରୁ ରାଷ୍ଟ୍ରପତିଙ୍କ ଗସ୍ତ ନେଇ ଖିଚିଂ ମନ୍ଦିର କାର୍ଯ୍ୟାଳୟକୁ ଆସିଛି ଇ-ମେଲ । ଖିଚିଂ ମନ୍ଦିରକୁ ରାଷ୍ଟ୍ରପତି ଆସିବାରେ ଏହା ହେବ ପ୍ରଥମ ଘଟଣା । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.