ଭାରତରେ ଖୁବ ଶୀଘ୍ର ଲଞ୍ଚ ହେବାକୁ ଯାଉଛି Samsung Galaxy F15 5G, ଜାଣନ୍ତୁ କ’ଣ ରହିଛି ଫିଚର୍ସ

ସାମସଙ୍ଗ ଖୁବ୍ ଶୀଘ୍ର ଭାରତରେ ଆଉ ଏକ ଶସ୍ତା 5G ସ୍ମାର୍ଟଫୋନ୍ ଲଞ୍ଚ କରିବାକୁ ଯାଉଛି । ଏହି ସାମସଙ୍ଗ ସ୍ମାର୍ଟଫୋନ୍ କମ୍ପାନୀର ଅଫିସିଆଲ୍ ସପୋର୍ଟ ପେଜରେ ଦେଖିବାକୁ ମିଳିଛି । ତେବେ କମ୍ପାନୀର ସପୋର୍ଟ ପେଜରେ ଫୋନର କମର୍ସିଆଲ ନାମ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ ।

ସାମସଙ୍ଗ ଖୁବ୍ ଶୀଘ୍ର ଭାରତରେ ଆଉ ଏକ ଶସ୍ତା 5G ସ୍ମାର୍ଟଫୋନ୍ ଲଞ୍ଚ କରିବାକୁ ଯାଉଛି । ଏହି ସାମସଙ୍ଗ ସ୍ମାର୍ଟଫୋନ୍ କମ୍ପାନୀର ଅଫିସିଆଲ୍ ସପୋର୍ଟ ପେଜରେ ଦେଖିବାକୁ ମିଳିଛି । ତେବେ କମ୍ପାନୀର ସପୋର୍ଟ ପେଜରେ ଫୋନର କମର୍ସିଆଲ ନାମ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ । କୁହାଯାଉଛି ଯେ ଏହି ଫୋନ୍ ମଡେଲ୍ ନମ୍ବର SM-E156B / DS ସହିତ ଲିଷ୍ଟ ହୋଇଛି । ଏହାପୂର୍ବରୁ ଏହି ସାମସଙ୍ଗ ସ୍ମାର୍ଟଫୋନ୍ ଅନେକ ସାର୍ଟିଫିକେସନ ୱେବସାଇଟରେ ମଧ୍ୟ ଦେଖିବାକୁ ମିଳିଥିଲା । ଗତ ବର୍ଷ ଆରମ୍ଭ ହୋଇଥିବା Galaxy F14 5G ର ଏହା ଏକ ଅପଗ୍ରେଡ୍ ମଡେଲ୍ ହେବ ।

ସାମସଙ୍ଗର ସପୋର୍ଟ ପେଜ ଅନୁଯାୟୀ, ଏହି ଫୋନ୍ 5G ନେଟୱାର୍କ ଏବଂ ଡୁଆଲ୍ ସିମ୍ କାର୍ଡକୁ ସପୋର୍ଟ କରିବ । ଏହି ଫୋନ୍, ଯାହା ନିକଟରେ BIS ଅର୍ଥାତ୍ ଇଣ୍ଡିଆନ୍ ସାର୍ଟିଫିକେଟ୍ ୱେବସାଇଟ୍ ରେ ଲିଷ୍ଟ ହୋଇଥିଲା, ମଡେଲ୍ ନମ୍ବର SM-E156B ସହିତ ଲିଷ୍ଟେଡ ହୋଇଛି । ଏହି ସ୍ମାର୍ଟଫୋନ୍ ଡିସେମ୍ବର ୨୦୨୩ ରେ ଲଞ୍ଚ ହୋଇଥିବା Galaxy A15 5G ର ଏକ ଟିୟର ଡାଉନ ଭରିଆଣ୍ଟ ହେବ । ଏହି ଫୋନରେ 8GB RAM + 128GB ଷ୍ଟୋରେଜ୍ ଅଛି, ଯାହାର ମୂଲ୍ୟ ୧୯,୪୯୯ ରୁ ଆରମ୍ଭ ହେଉଛି ।

ଫିଚର୍ସ:
Galaxy F15 5G ର ଫିଚର୍ସ ବିଷୟରେ କହିବାକୁ ଗଲେ ଏହା ଗାଲାକ୍ସି A15 5G ପରି ୬.୫ ଇଞ୍ଚ FHD + ଡିସପ୍ଲେ ରହିବ । ଫୋନରେ ସୁପର AMOLED ଡିସପ୍ଲେ ପ୍ୟାନେଲ୍ ବ୍ୟବହାର ହେବ । ଏହି ଫୋନରେ 6,000mAh ବ୍ୟାଟେରୀ ରହିବ । ଏହାର ଡିସପ୍ଲେ 90Hz ରିଫ୍ରେସ ରେଟ ସହିତ ୮୦୦ ନିଟ୍ସ ପିକ୍ ବ୍ରାଇଟନେସ କୁ ସପୋର୍ଟ କରିବ । ଏହି ସ୍ମାର୍ଟଫୋନ୍ ମିଡିଆ ଟେକ୍ ଡାଇମେନସିଟି 6100+ ଚିପସେଟ ପ୍ରୋସେସର ସହିତ ଆସିପାରେ ।

ଏହି ସାମସଙ୍ଗ ସ୍ମାର୍ଟଫୋନ୍ 8GB RAM ଏବଂ 256GB ପର୍ଯ୍ୟନ୍ତ ଇଣ୍ଟରନାଲ ଷ୍ଟୋରେଜ୍ କୁ ସପୋର୍ଟ କରିବ । ଟ୍ରିପଲ୍ ରିୟର କ୍ୟାମେରା ସେଟଅପ୍ ଫୋନ୍ ପଛରେ ଉପଲବ୍ଧ ହେବ । ଏଥିରେ 50MP ମେନ୍, 5MP ସେକେଣ୍ଡାରୀ ଏବଂ 2MP ତୃତୀୟ କ୍ୟାମେରା ସେନ୍ସର ରହିପାରେ । ସେଲଫି ଏବଂ ଭିଡିଓ କଲିଂ ପାଇଁ ଏଥିରେ 16MP କ୍ୟାମେରା ରହିବ । ଏଥିରେ USB ଟାଇପ୍ ସି ଚାର୍ଜିଂ କନେକ୍ଟିଭିଟି ଫିଚର ରହିବ । 25W ଫାଷ୍ଟ ଚାର୍ଜିଂ ଫିଚର ଫୋନରେ ସପୋର୍ଟ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.