Below header

ଏହି ପୀଠରେ ଗୁଆ ନଡିଆ ମାନସିକ ରଖିଲେ ଭକ୍ତର ସବୁକିଛି ଇଚ୍ଛା ହୁଏ ପୂର୍ଣ୍ଣ, ଜାଣନ୍ତୁ କେଉଁଠି ଅଛି

ସେଥିପାଇଁ ତ ଭକ୍ତଟିଏ ନିଜର ସବୁକିଛିକୁ ପଛରେ ପକାଇ ଛୁଟି ଆସିଥାଏ ତା’ର ସେହି ପ୍ରୀୟ ଭଗବାନଙ୍କ ନିକଟକୁ । ଏଭଳି ଏକ ବିଶ୍ୱାସର ପୀଠ ହେଉଛି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ରାଜସ ଗାଁ ର ଆରାଧ୍ୟ ଠାକୁର ଶଙ୍କରେଶ୍ୱର । ଠାକୁରଙ୍କ ପ୍ରତି ଭକ୍ତଙ୍କ ରହିଛି ଗଭୀର ଭକ୍ତି ଓ ପ୍ରଗାଢ ବିଶ୍ୱାସ ।

ପିପିଲି (କେନ୍ୟୁଜ) : ବିଶ୍ୱାସ । ଯାହାକୁ ନେଇ ଚାଲିଛି ଏହି ସଂସାର ରଥ । ଜୀବନର ଚଲା ପଥରେ ବିଶ୍ୱାସ ହିଁ ମଣିଷକୁ ଆକୃଷ୍ଟ କରିଥାଏ ଭଗବତ୍ ବିଶ୍ୱାସ ପ୍ରତି । ସେଥିପାଇଁ ତ ଭକ୍ତଟିଏ ନିଜର ସବୁକିଛିକୁ ପଛରେ ପକାଇ ଛୁଟି ଆସିଥାଏ ତା’ର ସେହି ପ୍ରୀୟ ଭଗବାନଙ୍କ ନିକଟକୁ । ଏଭଳି ଏକ ବିଶ୍ୱାସର ପୀଠ ହେଉଛି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ରାଜସ ଗାଁ ର ଆରାଧ୍ୟ ଠାକୁର ଶଙ୍କରେଶ୍ୱର । ଠାକୁରଙ୍କ ପ୍ରତି ଭକ୍ତଙ୍କ ରହିଛି ଗଭୀର ଭକ୍ତି ଓ ପ୍ରଗାଢ ବିଶ୍ୱାସ । ସେଥିପାଇଁ ତ କାହିଁ କେତେ ଦୂରରୁ ଭକ୍ତମାନଙ୍କର ଗହଳି ଜମେ ଏଠାରେ । ବଡ଼ି ଭୋରରୁ ଭକ୍ତମାନଙ୍କର ବେଶ ଭିଡ଼ ଜମିଥାଏ ଏଠାରେ । ଧାଡ଼ି ଧାଡ଼ି ହୋଇ ଶ୍ରଦ୍ଧାଳୁମାନେ ହାତରେ ଗୁଆ ନଡ଼ିଆକୁ ଧରି ଯାଇଥାନ୍ତି ପ୍ରଭୁଙ୍କ ନିକଟକୁ । ଧୂପ ଦ୍ୱୀପ ବୈବେଦ୍ୟ ଅର୍ପଣ କରିବା ପରେ ଦିନ ତମାମ୍ ଉପବାସ ରହିବାକୁ ପଡ଼ିଥାଏ ମାନସିକଧାରୀଙ୍କୁ । ଯାହା ରହି ଆସିଛି କାହିଁ କେଉଁ କାଳରୁ । ଠାକୁରଙ୍କ ଉଦ୍ଦେଶ୍ୟରେ ଗୁଆ ନଡ଼ିଆକୁ ରଖି ମାନସିକ କରାଯାଇଥାଏ । ଏହି ମାନସିକ କଲେ ସମସ୍ତ ପ୍ରକାରର ମନ ସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରଖି ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ ଏଠାରେ ।

ଏହି ପୂଜା ପାଇଁ ଶ୍ରଦ୍ଧାଳମାନଙ୍କୁ ଅତି ନିଷ୍ଠାର ସହିତ ରହିବାକୁ ପଡ଼ିଥାଏ । ମାଦକ ଦ୍ରବ୍ୟ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ନିଶା ଦ୍ରବ୍ୟ ଠାରୁ ଦୂରେଇ ରହିବାକୁ ପଡ଼ିଥାଏ । ଆଜିର ଦିନରେ ଗୁଆ ନଡ଼ିଆକୁ ଠାକୁରଙ୍କ ଉଦ୍ଦେଶ୍ୟରେ ରଖି ନିଷ୍ଠାର ସହିତ ପିଆଜ ରସୁଣ ଓ ଆମିଷ ଠାରୁ ଦୂରେଇ ରହିବାକୁ ପଡ଼ିଥାଏ ସାତ ଦିନ ପର୍ଯ୍ୟନ୍ତ । ଏପରି କରିବା ପରେ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ସେଥିପାଇଁ ଏଠାରେ ଶ୍ରଦ୍ଧାଳୁଙ୍କର ଗହଳି ଜମିଥାଏ । ଲୋକଙ୍କର ଭାବନା ଆଉ ଠାକୁରଙ୍କର ପ୍ରଭାବ । ଏଇ ମଣିଷକୁ ଯୋଗାଇଛି ବିଶ୍ୱାସର ଖୋରାକ । ଜଟିଳ ପରିସ୍ଥିତିରୁ ମୁକୁଳିବା ସହିତ ରୋଗ ବ୍ୟାଧିରୁ ଉପଶମ ପାଇବା ପାଇଁ ଚାଲି ଆସୁଛନ୍ତି ଏହି ପୀଠକୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.