ଓଡିଶା ପାଇଁ ଗର୍ବ : ବଙ୍ଗଳା ଫିଲ୍ମ ‘ଇନ୍ତେଜାର’ରେ ଡେବ୍ୟୁ କରିବେ ସମ୍ବଲପୁର ଝିଅ ପ୍ରିୟଦର୍ଶିନୀ

ସମ୍ବଲପୁର (କେନ୍ୟୁଜ): ସମ୍ବଲପୁର ନନ୍ଦପଡାର ଝିଅ ପ୍ରିୟଦର୍ଶିନୀ ଏବେ ବଙ୍ଗଳା ଫ୍ଲିମ ଇନ୍ତେଜାରରେ ବ୍ରେକ ପାଇଛନ୍ତି । ଦୁଇଟି ଗୀତ ଗାଇଥିବା ବେଳେ ଫ୍ଲିମରେ ଲିଡ଼ ରୋଲରେ ମଧ୍ୟ ଅଛନ୍ତି। ଏହା ସହ ସେ ଆଗକୁ ମଧ୍ୟ ଆଉ ଦୁଇଟି ବଙ୍ଗଳା ଫ୍ଲିମରେ ମଧ୍ୟ ଅଭିନୟ ପାଇଁ ସୁଯଗ ପାଇଛନ୍ତି । ଆଜି ଏନେଇ ଫ୍ଲିମର ପ୍ରଡୁସର ପ୍ରସନଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ପ୍ରିୟଦର୍ଶିନୀ ଏବେ ଭୁବନେଶ୍ୱରରେ ରହି ପାଠ ପଢୁଛନ୍ତି। ଆଗକୁ ସେ ଅଭିନୟ କ୍ଷେତ୍ରରେ ସମ୍ପୂର୍ଣ ଯିବେ ବୋଲି କହିଛନ୍ତି। ସମ୍ବଲପୁର ମାଟିର ଏହି ଝିଅ ପାଇଁ ଏବେ ସବୁଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.