ଟ୍ରେନ୍‌ ଲାଇନ୍‌ ଉପରୁ ଜଣେ ମହିଳା ଓ ତାଙ୍କ ପିଲାକୁ ବଞ୍ଚାଇଲେ ଆରପିଏଫ୍‌

କଟକ (କେନ୍ୟୁଜ୍‌) : କେଜାଣି କଣ ପାରିବାରିକ ବିବାଦ ଥିଲା, ନିଜ ନବଜାତ ଶିଶୁକୁ ଧରି ମା ଯାଇ ବସିଥିଲା ରେଳଧାରଣା ଉପରେ । ଆଉ କିଛି ସମୟ ଡେରି ହୋଇଥିଲେ ଉଭୟ ମା ଓ ଶିଶୁକୁ ଟ୍ରେନ୍‌ ଦଳି ଦେଇଥାନ୍ତା ତା ଚକ ତଳେ । ଦୁଇ ନମ୍ବର ରୁଟରେ ଗ୍ରୀନ ସିଗ୍ନାଲ ଦେଇ ସାରିଥିଲା। ଯେକୌଣସି ମୁହୂର୍ତ୍ତରେ ଆସିଥାନ୍ତା ଟ୍ରେନ। ଟିକିଏ ଡେରି ହୋଇଥିଲେ ଚାଲି ଯାଇଥାନ୍ତା ଦୁଇଟି ଅମୂଲ୍ୟ ଜୀବନ।

ହେଲେ ଈଶ୍ୱରଙ୍କର ବରାଦ ଥିଲା କିଛି ଅଲଗା । ସେଠି ଦେବଦୂତ ଭଳି ପହଞ୍ଚିଗଲେ ଆରପିଏଫ କର୍ମଚାରୀ। ରେଳ ଧାରଣା ଉପରେ ନିଜ ପିଲାକୁ ଧରି ବସିଥିବା ମହିଳାଙ୍କୁ ବୁଝାଇ ସୁଝାଇ ସେ ଜାଗାରୁ ତୁରନ୍ତ ନେଇ ଆସିଲେ । ବଞ୍ଚିଗଲା ଉଭୟ ମା ଓ ପିଲାର ଜୀବନ ।

rpf-2

ଏ ଘଟଣା ଘଟିଛି ଗତକାଲି ରାତିରେ । ମଙ୍ଗଳାବାଗ ଅଞ୍ଚଳର ଜଣେ ମହିଳା ପାରିବାରିକ କଳହ ପାଇଁ ଜୀବନକୁ ସାରି ଦେବା ଲାଗି ନିଷ୍ପତ୍ତି ନେଇଥିଲେ । ତେଣୁ ଯାଇ ବସିଥିଲେ ଟ୍ରେନ୍‌ ଲାଇନ୍‌ ଉପରେ । ଏହି ସମୟରେ ତାଙ୍କ ଉପରେ ନଜର ପଡ଼ିଲା ଏସ୍‌ଆଇ ରୋଜି ମାହାଣ୍ଡା ଓ ଏଏସଆଇ ସ୍ମୃତି ରଂଜନ ସାହୁଙ୍କର । ସେମାନେ ତୁରନ୍ତ ଯାଇ ମହିଳାଙ୍କ ଜୀବନ ବଞ୍ଚାଇ ଥିଲେ । କାଉନସେଲିଂ ପରେ ମହିଳାଙ୍କୁ ତାଙ୍କ ପରିବାର ଵର୍ଗଙ୍କୁ ହସ୍ତାନ୍ତର କରିଛି କଟକ ଆରପିଏଫ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.