ସୋରରେ ଏନକାଉଣ୍ଟର: ପୋଲିସ୍‌ ସହ ଧସ୍ତାଧସ୍ତି ବେଳେ ଦୁର୍ଦ୍ଦାନ୍ତ ଅପରାଧି ମୃତ

ସୋର (କେନ୍ୟୁଜ): ସୋରରେ ଏନକାଉଣ୍ଟର । ପୋଲିସ୍‌ ସହ ଦୁର୍ଦ୍ଦାନ୍ତ ଅପରାଧି ଧସ୍ତାଧସ୍ତି ବେଳେ ଅପରାଧି ବନ୍ଧୁକରୁ ଗୁଳି ଫୁଟି ଅପରାଧି ମୃତ । ଗୋପାଳପୁର ଫାଣ୍ଡି ପୋଲିସ୍‌ର ଏନକାଉଣ୍ଟରରେ ମୃତ୍ୟୁ ହୋଇଛି ବୋଲି ଜଣାପଡିଛି। ମୃତ ଅପରାଧି ଆରୁହାବାଡ ଜାଗେଶ୍ବରପଦା ଅଞ୍ଚଳର ରୁଣ୍ଡୁ ମଳିକ ବୋଲି ଜଣାପଡ଼ିଛି ।

ମୃତକ ହେଲେ ବାରିପଦ। ଗ୍ରାମର ଋଣ୍ଡୁ। ବରିପଦା କଙ୍କଡା ଛକରେ ୫ଟା ୩୦ ମିନିଟରେ ଘଟଣା । ରୁଣ୍ଡୁ ମଳିକ ନାମରେ ପୂର୍ବରୁ ୩୦ ରୁ ଉର୍ଦ୍ଧ୍ଵ ଅପରାଧିକ ମାମଲା ଥିବା ସୁଚନା । ପୋଲିସ୍‌ ରୁଣ୍ଡୁକୁ ଧରିବାକୁ ଯାଇଥିବା ବେଳେ ପୋଲିସ୍‌ ଉପରକୁ ଆକ୍ରମଣ କରିଥିବା ସୂଚନା ମିଳିଛି । ଏହି ଆକ୍ରମଣରେ ରୁଣ୍ଡୁର ଛାତି ଉପରେ ଗୋଟିଏ ଗୁଳି ବାଜିଥିବା ବେଳେ ଡାହାଣ ହାତର ବାହୁରେ ଗୋଟିଏ ଗୁଳି ବାଜିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.