Below header

ଭାରତରେ ୩୯ତମ ବିଶ୍ୱ କବି ମହାକୁମ୍ଭ ଆୟୋଜନ ଗୌରବର କଥା: ପ୍ରଧାନମନ୍ତ୍ରୀ

ଭୁବନେଶ୍ବର(କେନ୍ୟୁଜ୍): ଭାରତରେ ୩୯ତମ ବିଶ୍ୱ କବି ମହାକୁମ୍ଭ ଆୟୋଜନ ଗୌରବର କଥା । ନିଜ ବାର୍ତ୍ତାରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି, ସଂଯୋଗ ବଶତଃ ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ବେଳେ ଓ୍ଵାର୍ଲଡ କଂଗ୍ରେସ ଅଫ୍‌ ପୋଏଟ୍‌ସ ତାର ସ୍ୱର୍ଣ୍ଣ ଜୟନ୍ତୀ ପାଳନ କରୁଛି । କବିତା ମନୁଷ୍ୟର ଭାବାବେଗର ସ୍ୱତଃସ୍ଫୁର୍ତ ପରିପ୍ରକାଶ ବୋଲି ସର୍ବତ୍ର ବିଶ୍ୱାସ କରାଯାଏ । ବହୁ ପୁରାତନ କାଳରୁ ଆମ ଦେଶରେ କବି ଓ ସନ୍ନ୍ୟାସୀମାନେ ସଂହିତା (ସଂଗ୍ରହ) ରଚନା କରୁଥିଲେ । ମୁଖ ଓ ଶବ୍ଦ ମାଧ୍ୟମରେ ଏହାର ପ୍ରସାର ହେଉଥିଲା । ଭାରତୀୟ କବିତା ଆକାଶର ଅନେକ ଉଜ୍ୱଳ ଜ୍ୟୋତିଷ୍କଙ୍କ ସହ ଏଭଳି ଗୌରବମୟ ପରଂପରା ଚାଲିଥିଲା ଯାହା ଆମ ସଂସ୍କୃତିର ପରିସୀମାକୁ ଆହୁରି ସୌନ୍ଦର୍ଯ୍ୟମୟ କରିଛି । ଏକବିଂଶ ଶତାବ୍ଦୀରେ ସାରା ବିଶ୍ୱର କବିଙ୍କ ମଧ୍ୟରେ ଭାବ ବିନିମୟ, ପରସ୍ପରର ସଂସ୍କୃତି, ଭାଷା ଓ ସାହିତ୍ୟକୁ ଜାଣିବା ପାଇଁ ଏହା ଏକ ବଡ଼ ମଞ୍ଚ। ମୁଁ ନିଶ୍ଚିତ, ସାରା ପୃଥିବାରୁ ଯୋଗ ଦେଉଥିବା କବିମାନେ ଏହାକୁ ଉପଭୋଗ କରିବେ ଓ ପରସ୍ପରର କବିତାକୁ ସମାଦର କରିବେ । ପ୍ରତ୍ୟେକଙ୍କ ଭିତରେ ବନ୍ଧୁତାର ବନ୍ଧନ ଓ ସୌହାର୍ଯ୍ୟ ବୃଦ୍ଧି ହେବ । ଭାରତକୁ ଆସିଥିବା କବିମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି । ଭୁବନେଶ୍ୱର କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡଷ୍ଟ୍ରିଆଲ ଟେକ୍‌ନୋଲୋଜି ଆଣ୍ଡ କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ ସାଇନ୍‌ସ ଦ୍ୱାରା ଆୟୋଜିତ ବିଶ୍ୱ କବି ମହାକୁମ୍ଭର ସଫଳତା କାମନା କରୁଛି । ଡବ୍ଲୁସିପିର ଏହି କାର୍ଯ୍ୟକ୍ରମକୁ ସ୍ୱର୍ଣ୍ଣ ଜୟନ୍ତୀ ଉତ୍ସବ ଆନନ୍ଦଦାୟକ କରୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.