ପୁଣିଥରେ ଫେରିଲେ ମାୟା, ଗତକାଲି ରିଲିଜ୍‌ ହେଲା ଫାଷ୍ଟ ଲୁକ୍‌

ମାୟା ରୂପରେ ପୁଣି ଫ୍ୟାନଙ୍କୁ ଖୁସି କରିବା ପାଇଁ ଆସୁଛନ୍ତି ଜେନିଫର୍ ୱିଙ୍ଗେଟ୍। ଗତକାଲି ମାୟାଙ୍କ ଫାଷ୍ଟ ଲୁକ୍ ରିଲିଜ୍ ହୋଇଛି। ‘ବେହଦ୍-୨’ ସିରିଏଲ୍ ଜରିଆରେ ମାୟା ପୁଣି ଫେରୁଛନ୍ତି ବୋଲି ଏକ ଭିଡିଓ ଟ୍ୱିଟ୍ କରି ସୂଚନା ଦେଇଛି ନ୍ତି। ଏହି ଭିଡିଓ ମାଧ୍ୟମରେ ଜେନିଫର୍ ତାଙ୍କର ପ୍ରଶଂସକଙ୍କୁ କଥା ଦେଇଛନ୍ତି ଯେ ଏଥର ମାୟାକୁ ଆପଣ ଘୃଣାର ସବୁ ସୀମାକୁ ପାର୍ କରୁଥିବା ଦେଖିବାକୁ ପାଇବେ। ପ୍ରଥମ ‘ବେହଦ୍’ ସିରିଏଲ୍ ରେ ଆପଣ ମାୟାକୁ ପ୍ରେମ କରୁଥିବା ଦେଖିଥିଲେ। ଏଥର ସେ ଘୃଣା କରୁଥିବା ଦର୍ଶକ ମାନେ ଦେଖିବାକୁ ପାଇବେ।

mayA‘ବେପନାହ୍’ ସିରିଏଲ୍ ପରେ ଜେନିଫର୍ ଅଭିନୟରୁ କିଛିଦିନ ପାଇଁ ବ୍ରେକ୍ ନେଇଥିଲେ। ୩୦ ନଭେମ୍ୱର ୨୦୧୮ ଦିନ ଏହି ସିରିଏଲ୍ ଅଫ୍ ଏୟାର୍ ହୋଇଥିଲା। ତେବେ ପୁଣି ଥରେ ମାୟା ରୂପରେ ଦର୍ଶକଙ୍କ ପାଖକୁ ଫେରୁଥିବାରୁ ଜେନିଫର୍ଙ୍କୁ ଦେଖିବା ପାଇଁ ଅପେକ୍ଷା କରିଛନ୍ତି ଦର୍ଶକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.