ଆଜି ଝାରସୁଗୁଡ଼ା ବିମାନ ବନ୍ଦରରେ ଓହ୍ଲାଇ ପାରନ୍ତି ପ୍ରଧାନମନ୍ତ୍ରୀ : ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଝାରସୁଗୁଡ଼ା ବିମାନବନ୍ଦରରେ ଓହ୍ଲାଇପାରନ୍ତି ପ୍ରଧାନମନ୍ତ୍ରୀ । ଛତିଶଗଡ଼ ରାୟଗଡ଼ ଗସ୍ତରେ ଆଜି ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ପାଗ ଖରାପ ଯୋଗୁ ଝାରସୁଗୁଡ଼ାରେ ଓହ୍ଲାଇପାରେ ମୋଦିଙ୍କ ବିମାନ ।

ଝାରସୁଗୁଡ଼ା (କେନ୍ୟୁଜ): ଝାରସୁଗୁଡ଼ା ବିମାନବନ୍ଦରରେ ଓହ୍ଲାଇପାରନ୍ତି ପ୍ରଧାନମନ୍ତ୍ରୀ । ଛତିଶଗଡ଼ ରାୟଗଡ଼ ଗସ୍ତରେ ଆଜି ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ପାଗ ଖରାପ ଯୋଗୁ ଝାରସୁଗୁଡ଼ାରେ ଓହ୍ଲାଇପାରେ ମୋଦିଙ୍କ ବିମାନ । ଝାରସୁଗୁଡ଼ାରୁ ବାୟୁସେନା ହେଲିକପ୍ଟରରେ ରାୟଗଡ଼ା ଯାଇପାରନ୍ତି ପ୍ରଧାନମନ୍ତ୍ରୀ । ୩ଟା ୧୫ରେ ରାୟଗଡ଼ାରେ ମୋଦିଙ୍କ କାର୍ଯ୍ୟକ୍ରମ ରହିଛି । ରାୟଗଡ଼ାର ପରବର୍ତ୍ତୀ ବିମାନବନ୍ଦର ଝାରସୁଗୁଡ଼ାରେ ହୋଇଥିବାରୁ ଏଠାରେ ଓହ୍ଲାଇ ଯିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ମୋଦୀ ରାୟଗଡ଼ା ଠାରେ ବହୁ ରେଳ ପ୍ରକଳ୍ପ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିବେ ।

ଏଥିପାଇଁ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ହେଲେ ଗସ୍ତ ସଂପର୍କରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୌଣସି ସୂଚନା ମିଳିନାହିଁ । ଗସ୍ତ ନେଇ ଝାରସୁଗୁଡ଼ା ପୋଲିସ ପ୍ରସ୍ତୁତ ଥିବା ଏସପି ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.