Below header

ସମ୍ବଲପୁର ମଣ୍ଡଳ କାରାଗାରରେ ୱାର୍ଡନଙ୍କ ମାଡରେ ଭାଙ୍ଗିଲା କଏଦୀଙ୍କ ହାତ, ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଭର୍ତ୍ତି

ସମ୍ବଲପୁର: ଜେଲ୍‌ରେ କଏଦୀଙ୍କୁ ମାଡ। ୱାର୍ଡନଙ୍କ ମାଡରେ କଏଦୀଙ୍କ ହାତ ଭାଙ୍ଗିଥିବା ଅଭିଯୋଗ ହୋଇଛି। ସମ୍ବଲପୁର ମଣ୍ଡଳ କାରାଗାରରେ ଦୁଇ ଜଣ କଏଦୀଙ୍କ ଗଣ୍ଡଗୋଳର ସମାଧାନ କରିବାକୁ ଯାଇ ଜେଲ୍‌ ୱାର୍ଡନ କଏଦୀ ଅବିନାଶ ବେହେରାଙ୍କୁ ମାଡ ମାରିଥିଲେ। ଫଳରେ ତାଙ୍କ ହାତ ଭାଙ୍ଗିଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ଅବିନାଶ ଏକ ହତ୍ୟା ମାମଲାରେ ଆଜୀବନ ସଜା କାଟୁଛନ୍ତି। ତେବେ ଜେଲ ୱାର୍ଡର ମାଡ ମାରିଥିବା ଘଟଣାକୁ ସ୍ୱୀକାର କରିଛନ୍ତି। ଏନେଇ ସେ ଉପରିସ୍ଥ ଅଧିକାରୀଙ୍କୁ ମଧ୍ୟ ଜଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.