Below header

ଭାରତରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା ସଂକ୍ରମଣ, କରେଳରେ ୩ ବର୍ଷ ଶିଶୁର ଆସିଲା ପଜେଟିଭ୍‌ ରିପୋର୍ଟ

କରେଳ: ଭାରତରେ କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । କରେଳରେ ଜଣେ ୩ ବର୍ଷର ଶିଶୁ କରୋନା ସଂକ୍ରମଣର ଶିକାର ହୋଇଛି । ଶିଶୁକୁ ଚିକିତ୍ସା ପାଇଁ ଏର୍ଣ୍ଣାକୁଲମ ମେଡିକାଲ କଲେଜର ଆଇାସୋଲେସନ୍‌ ଓ୍ଵାର୍ଡରେ ଭର୍ତ୍ତି କରାଯାଇଛି । ଶିଶୁଟି ନିକଟରେ ପରିବାର ସହ ଇଟାଲି ଯାଇଥିଲା । ମାର୍ଚ୍ଚ ୭ ତାରିଖରେ ପରିବାର ଇଟାଲିରୁ ଫେରିଥିଲା । ଇଟାଲିରୁ ଫେରିବା ପରେ ଏୟାରପୋର୍ଟରେ ପରିବାର ଲୋକଙ୍କ ସ୍କ୍ରିନିଂ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ତିନି ବର୍ଷର ଶିଶୁର କରୋନା ପଜେଟିଭ୍‌ ବାହାରିଛି । ପୂରା ପରିବାରକୁ ଏର୍ଣ୍ଣାକୁଲମ ମେଡିକାଲ କଲେଜର ଆଇାସୋଲେସନ୍‌ ଓ୍ଵାର୍ଡରେ ରଖାଯାଇଛି ।

coronavirusଗତକାଲି କେରଳରେ ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କ କରୋନା ପଜେଟିଭ୍‌ ଚିହ୍ନଟ ହୋଇଥିଲା । ସେପଟେ ଜମ୍ମୁକଶ୍ମୀରରେ ଆଉ ଜଣେ କରୋନା ସଂକ୍ରମିତ ହୋଇଛନ୍ତି । ଫଳରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦ରେ ପହଞ୍ଚିଛି । ସେହିପରି ପଞ୍ଜାବ ଅମୃତସରରେ ଦୁଇ ଜଣ ଓ ତାମିଲନାଡୁରେ ଜଣେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । କରୋନା ସନ୍ଦେହରେ ଭାରତରେ ୩୦ ହଜାର ଲୋକଙ୍କୁ ନିରୀକ୍ଷଣରେ ରଖାଯାଇଛି । ଦେଶର ୩୦ଟି ବିମାନ ବନ୍ଦରରେ ବିଦେଶରୁ ଫେରୁଥିବା ଲୋକଙ୍କୁ ସ୍କ୍ରିନିଂ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.