ଗାଁ ରାସ୍ତାରେ ଦୌଡ଼ୁଥିବା ନଜର ଆସିଲା ଜଙ୍ଗଲି ସିଂହ, ପାଖରେ ଛିଡ଼ା ହୋଇଥିଲେ ଗ୍ରାମବାସୀ, ଭିଡିଓ ଶେୟାର କରି ବନ ଅଧିକାରୀ ଲେଖିଲେ ଏମିତି କଥା

ଗୁଜରାଟର ମାଧଓ୍ଵାପୁରରେ ଏମିତି ଏକ ଘଟଣା ଘଟିଛି, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦା ନିଜ ଟୁଇଟର ଆକାଉଣ୍ଟରେ ଏହି ଭିଡିଓଟିକୁ ପୋଷ୍ଟ କରିଛନ୍ତି। ଭିଡିଓରେ ଏକ ଜଙ୍ଗଲି ସିଂହ ଲୋକଙ୍କ ଉପସ୍ଥିତିରେ ଗାଁ ଭିତରେ ଦୌଡ଼ୁଥିବା ଦେଖିବାକୁ ମିଳୁଛି। ୭ ସେକେଣ୍ଡର ଏହି ଭିଡିଓ ଶେୟାର ହେବା ପରେ ଏହାକୁ ୫,୦୦୦ରୁ ଅଧିକ ଭ୍ୟୁ ମିଳିସାରିଲାଣି। ନନ୍ଦା ଭିଡିଓ କ୍ୟାପସନ ଦେଇଛନ୍ତି ଯେ ‘ଭାରତ ଛଡ଼ା ପରସ୍ପର ପ୍ରତି ଏଭଳି ସହିଷ୍ଣୁତା ଆଉ କେଉଁଠି ମିଳିବ’?

ଭାଇରାଲ ଭିଡିଓରେ ଆପଣ ଦେଖିପାରିବେ, ଯେତେବେଳେ ସିଂହଟି ଦୌଡ଼ିକି ଆସୁଛି, ସେହି ସମୟରେ ଲୋକେ ପଛକୁ ହଟି ଯାଉଛନ୍ତି। କେହି ବି ଏହାକୁ ଧରିବା ପାଇଁ କିମ୍ବା ଆଘାତ ପହଞ୍ଚାଇବା ପାଇଁ ଚେଷ୍ଟା କରୁନାହାନ୍ତି। ସେହିପରି ସିଂହଟି ମଧ୍ୟ ରାସ୍ତାରେ ଉପସ୍ଥିତ କୌଣସି ବ୍ୟକ୍ତି ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରୁନାହିଁ। ତେବେ କିଛି ୟୁଜର ନନ୍ଦାଙ୍କୁ ପ୍ରଶ୍ନ କରିଥିଲେ ଯେ ‘କ’ଣ ସିଂହ ସୁରକ୍ଷିତ କି’? ନନ୍ଦା ଉତ୍ତର ଦେଇଥିଲେ, ‘ସେ ବିଲ୍‌କୁଳ ସୁରକ୍ଷିତ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.