ଜେଲରେ ସଜା କାଟୁଥିବା କଏଦୀର ଚାନ୍ଦବାଲି ମେଡିକାଲରେ ମୃତ୍ୟୁ

ଚାନ୍ଦବାଲି(କେନ୍ୟୁଜ୍): ବଧୂ ହତ୍ୟା ମାମଲାରେ ସଜା କାଟୁଥିବା ଜଣେ କଏଦୀର ଗତକାଲି ରାତିରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ମେଡିକାଲରେ ମୃତ୍ୟୁ ଘଟିଛି । ପରିବାର ଲୋକ ସାପ କାମୁଡ଼ାରେ ମୃତ୍ୟୁ ଘଟିଥିବା ଅଭିଯୋଗ କରିଛନ୍ତି।

ସୂଚନା ମୁତାବକ ଚାନ୍ଦବାଲି ଥାନା ମାଧପୁର ପଞ୍ଚାୟତ ଅନ୍ତର୍ଗତଚାନ୍ଦବାଲି ଥାନା ମାଧପୁର କୃଷ୍ଣପୁର ଗାଁର ଧନେଶ୍ୱର ଦାସଙ୍କୁ ବଧୂ ହତ୍ୟା ମାମଲାରେ ସଜା ହୋଇଥିଲା । ଭଦ୍ରକ ଜେଲରେ ସଜା କାଟୁଥିଲା ଧନେଶ୍ୱର ଦୁଇ ମାସ ପାଇଁ ଜେଲରୁ ଛୁଟି ପାଇ ଘରକୁ ଆସିଥିଲା। ଗତକାଲି ରାତିରେ ଶୋଇଥିବା ଅବସ୍ଥାରେ ହଠାତ ଦେହ ଖରାପ ହେବାରୁ ପରିବାର ଲୋକ ତାଙ୍କୁ ଚାନ୍ଦବାଲି ମେଡିକାଲକୁ ଆଣିଥିଲେ।

ହେଲେ ମେଡିକାଲରେ ଧନେଶ୍ୱରର ମୃତ୍ୟୁ ଘଟିଥିଲା । ତେବେ ଘରେ ଶୋଇଥିବା ସମୟରେ ସାପ କାମୁଡି ବାର ସନ୍ଦେହ କରୁଛନ୍ତି ପରିବାର।  ଧନେଶ୍ୱର ଦାସଙ୍କ ସ୍ତ୍ରୀ ଏବଂ ଦୁଇ ପୁଅ ମଧ୍ୟ ଏବେ ଜେଲରେ ଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.