ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା ପରେ କନ୍ଧମାଳରେ ଗଡିଲା ଘରୋଇ ବସ୍

କନ୍ଧମାଳ(କେନ୍ଯୁଜ୍): କନ୍ଧମାଳ ବାଲିଗୁଡାରେ ଦୁଇମାସ ପରେ ଗଡିଛି ଘରୋଇ ବସ। ପରିବହନ ମନ୍ତ୍ରୀଙ୍କ ସହ ଘରୋଇ ବସ ସଘଂର ଆଲୋଚନା ପରେ ବସ ଚଳାଚଳ ବାଲିଗୁଡାରେ ଆରମ୍ଭ ହୋଇଛି। ବସ ଚଳାଇବା ନେଇ ସମସ୍ତ ନିୟମକୁ କଡାକଡି ପାଳନ କରାଯିବ ବୋଲି ବାଲିଗୁଡା ବସ୍ ୟୁନିଅନ ପକ୍ଷରୁ କୁହାଯାଇଛି। ଯାତ୍ରୀମାନେ ବସ୍ ରେ ଚଞିବା ପୂର୍ବରୁ ସାନିଟାଇଜର୍ ବ୍ଯବହାର କରିବା ସହ ମାସ୍କ ପିନ୍ଧିବା ଉପରେ ଗୁରୁତ୍ବ ଦିଆଯାଇଛି। ଏଥିସହ ବସର ସିଟ୍ ଅନୁଯାୟୀ ଯାତ୍ରୀ ଏବଂ ପୂର୍ବନିର୍ଦ୍ଦାରିତ ଦର ଅନୁସାରେ ଯାତ୍ରୀମାନେ ଯାତ୍ରା କରିବେ। ଦୁଇମାସ ପରେ ବସ୍ ଗଡିବା ନେଇ ଅନ୍ଯପଟେ ଯାତ୍ରୀମାନେ ଖୁସି ଅନୁଭବ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.