Below header

ରାଜଧାନୀରେ ବିଜୁଳି ଘଡଘଡି ସାଙ୍ଗକୁ ପ୍ରବଳ ଜୋରରେ ବର୍ଷା ମାଡ଼, ଘଣ୍ଟାଏରୁ ଅଧିକ ସମୟ ଧରି ବିଜୁଳି ସେବା ବାଧାପ୍ରାପ୍ତ

ଭୁବନେଶ୍ୱର: ଗତ କାଲି ରାତିରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସାଙ୍ଗକୁ ପ୍ରବଳ ଜୋରରେ ବର୍ଷା ହୋଇଛି । ଅତି ବେଗରେ ପବନ ବୋହିବା କାରଣରୁ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ପଡିଥିବା ଦେଖାଦେଇଛି । ଭୋର ୪ଟାରୁ ପ୍ରାୟ ଘଣ୍ଟାଏରୁ ଅଧିକ ସମୟ ଧରି ଚାଲିଥିଲା ବର୍ଷା ଓ ପବନ ମାଡ। ବିଭିନ୍ନ ସ୍ଥାନରେ ଗଛ ଡାଳ ସବୁ ଭାଙ୍ଗି ରାସ୍ତା ଉପରେ ତ ଆଉ କେଉଁଠି ଘର ଉପରେ ପଡିଥିଲା। ରାଜଧାନୀ ଭୁବନେଶ୍ୱରର କଟକ ରୋଡ଼, ଚିନ୍ତାମଣିଶ୍ୱର ରାସ୍ତାରେ ଅନେକ ସଂଖ୍ୟାରେ ଗଛ ଭାଙ୍ଗି ପଡିଛି ।

thunderstorm

ଏହି କାରଣରୁ ସହରର ଅଧିକାଂଶ ସ୍ଥାନରେ ବିଜୁଳି ସେବା ବାଧାପ୍ରାପ୍ତ ହୋଇଛି । ଓଡିଶା ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି । ପଡିରହିଥିବା ଗଛ ଗୁଡିକୁ କାଟିବା ସହ ରାସ୍ତା ସଫା କରୁଛନ୍ତି । ରାଜଧାନୀ ସମେତ କଟକ, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ମଧ୍ୟ ବର୍ଷା ପବନ ଲାଗିରହିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.