Below header

ଆଠଗଡ: ଜନ୍ମ କଲା ପୁଅକୁ ମାରି ପୋତି ଦେଲା ବାପା

ଆଠଗଡ଼(କେନ୍ଯୁଜ୍): ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଗୋବରା ପଂଚାୟତ ନୂଆସିଆଳି ହରିଜନ ସାହିରେ ହତ୍ୟା, ନିଜର ଜନ୍ମ କଲା ବାପା ଏବଂ ସାନ ପୁଅ ମିଶି ହତ୍ୟା କଲେ ମଂଝିଆ ପୁଅକୁ। ଗତ ୨୪ ତାରିଖ ରବିବାର ସନ୍ଧ୍ୟାରେ ପୁଅକୁ ହତ୍ୟା କରି ନିଜବାଡିର ଗୋବର ଗାଡିଆରେ ପୋତି ଦେଇଥିଲେ। ସୂଚନା ମୁତାବକ ୬ଦିନ ପରେ ଗତକାଲି ସନ୍ଧ୍ୟାରେ ଖବର ପାଇ ଗୁରୁଡ଼ିଝାଟିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଠାବ କରିଥିଲା। ଅନ୍ଯପଟେ ପୋଲିସ ମୃତ କୁନା ଦେହୁରୀ(୩୦)ର ବାପା ନରେନ୍ଦ୍ର ଦେହୁରୀ ଏବଂ ସାନ ପୁଅକୁ ଥାନାରେ ଅଟକ ରଖି ଅଧିକ ସୂଚନା ପାଇଁ ତଦନ୍ତ ଜାରୀ ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.