Below header

ବ୍ରହ୍ମପୁର: ଘରେ ନିଆଁ ଲାଗିବା କାରଣରୁ ଶ୍ବାସରୁଦ୍ଧ ହୋଇ ପ୍ରାଣ ହରାଇଲେ ତିନି ଜଣ

ବ୍ରହ୍ମପୁର: ବ୍ରହ୍ମପୁରରେ ଗତ କାଲି ରାତିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଘରେ ନିଆଁ ଲାଗିବା କାରଣରୁ ଶ୍ୱାସରୁଦ୍ଦ ହୋଇ ୩ ମୃତ ଜଣଙ୍କ ମୃତ୍ୟୁ ଘଟିଛି । ବ୍ରହ୍ମପୁର ଅନ୍ତର୍ଗତ ଗୋଷାଣୀ ନୂଆଗାଁ ପାଣିଗ୍ରାହୀ ପେଣ୍ଠସାହିରେ ଗତକାଲି ବିଳମ୍ବିତ ରାତିରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣଙ୍କ ହେଉଛନ୍ତି ସ୍ଥାନୀୟ ବିଜେଡି ନେତା ତଥା ବିସିସି ବ୍ୟାଙ୍କର ସଭାପତି ଅଲେଖ ଚୌଧୁରୀ ଓ ତାଙ୍କ ୨ ଜଣ ସମ୍ପର୍କୀୟ।

ସର୍ଟସର୍କିଟ ଯୋଗୁଁ ଘରେ ନିଆଁ ଲାଗିଯିବାରୁ ଭିତରେ ଥିବା ୩ଜଣ ବାହାରକୁ ନବାହାରି ପାରି ଶ୍ୱାସରୁଦ୍ଧ ହୋଇ ଯାଇଥିଲେ। ଗୁୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ଏମ୍କେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.