ଦଲାଲଙ୍କ ଜରିଆରେ ଲୁଟ କରୁଛି ଗ୍ଲେଜ ଇଣ୍ଡିଆ ନାମକ ଘରୋଇ କମ୍ପାନୀ, ଚାକିରି ନାଁରେ ବନ୍ଧକ ରଖିଥିବା ଯୁବତୀଙ୍କୁ ଉଦ୍ଧାର କଲା ପୋଲିସ

ରାଉରକେଲା(କେନ୍ୟୁଜ୍):  ଚାକିରି ନାଁରେ ଯୁବତୀ ବନ୍ଧକ । ପରେ ବନ୍ଧକ ଯୁବତୀଙ୍କୁ ଉଦ୍ଧାର କଲା ପୋଲିସ । ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ଫାଣ୍ଡି ଅଞ୍ଚଳରୁ ଉଦ୍ଧାର ହୋଇଛନ୍ତି ଦୁଇ ଯୁବତୀ। ଗ୍ଲେଜ ଇଣ୍ଡିଆ ନାମକ ଏକ ଘରୋଇ କମ୍ପାନୀ ଦଲାଲଙ୍କ ଜରିଆରେ ଯୁବତୀମାନଙ୍କୁ ବିଭିନ୍ନ ଷ୍ଟିଲ କମ୍ପାନୀରଚାକିରୀ ଦେବା ନାଁରେ ପ୍ରତ୍ୟେକଙ୍କ ଠାରୁ ୪୦ ହଜାର ଟଙ୍କା ଆଦାୟ କରିଥିଲା। ପରେ ସେହି ଯୁବତୀମାନଙ୍କୁ କୁଆଁରମୁଣ୍ଡା ଏସବିଆଇ ପଛପଟେ ଥିବା କଲୋନୀର ଏକ ଭଡା ଘରେ ବନ୍ଦୀ କରି ରଖିଥିଲେ।

rourkela 2

ସେଠାରେ ସେମାନଙ୍କୁ ବିଭିନ୍ନ ନେଟୱାର୍କିଂ କାମ କରାଇ ଘରକୁ ଛାଡୁନଥିଲେ। ସେଠାରେ ବନ୍ଧକ ଥିବା ଦୁଇ ଯୁବତୀଙ୍କ ପରିବାର ଲୋକ ସ୍ଥାନୀୟ ଯୁବକଙ୍କ ସାହାଯ୍ୟ ଲୋଡିଥିଲେ। ପରେ ରଘୁନାଥପଲ୍ଲୀ ଏବଂ କୁଆଁରମୁଣ୍ଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଯୁବତୀଙ୍କୁ ଉଦ୍ଧାର କରିଛନ୍ତି। ଏନେଇ ଘରୋଇ କମ୍ପାନୀର ତିନି ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.