Below header

ଆଜି ପ୍ରଥମ ଦିନରେ ରାଜ୍ୟରେ ୮୪ ପ୍ରତିଶତ ଲୋକ ନେଲେ କୋଭିଡ୍‌ ଟିକା

କେନ୍ୟୁଜ୍(ବ୍ୟୁରୋ):   ଟିକା ନେଲା ଓଡ଼ିଶା । ଆଜି ପ୍ରଥମ ଦିନରେ ରାଜ୍ୟରେ ୮୪ ପ୍ରତିଶତ ଲୋକଙ୍କୁ କୋଭିଡ୍‌ ଟିକା ଦିଆଯାଇଛି । ମୋଟ୍‌ ୧୩ ହଜାର ୭୪୫ ଜଣ ନେଇଛନ୍ତି ଟିକା । ଅନୁଗୋଳ, ବାଲେଶ୍ୱର, କନ୍ଧମାଳ ଓ କୋରାପୁଟ ଜିଲ୍ଲାରେ ଶତ ପ୍ରତିଶତ ଟିକାକରଣ ହୋଇଛି । ଭୁବନେଶ୍ୱରରେ ୬ଟି କେନ୍ଦ୍ରରେ ଟିକା ନେଇଛନ୍ତି ୬୧୨ ଜଣ । ପ୍ରଥମ ଦିନରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଇ ନାହିଁ । ପ୍ରଥମ ଦିନରେ ରାଜ୍ୟରେ ୧୬ ହଜାର ୩୧୪ ଜଣଙ୍କୁ ଟିକା ଦେବା ନେଇ ଲକ୍ଷ୍ୟ ରଖିଥିଲେ ସରକାର ।

ପ୍ରଥମ ଦିନରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଇ ନାହିଁ । ଆଜି ବହୁ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ କୋଭିଡ୍‌ ଟିକା ନେଇଛନ୍ତି । ଡିଏମଇଟି ସିବିକେ ମହାନ୍ତି, ଏମ୍ସ ନିର୍ଦ୍ଦେଶିକା ଡାକ୍ତର ଗିତାଞ୍ଜଳୀ ବତ୍ମାନାବେନ୍‌, କିମ୍ସ ନିର୍ଦ୍ଦେଶକ ଡାକ୍ତର ପ୍ରଦୀପ କୁମାର ପଟ୍ଟନାୟକ, ଏସସିବି ମେଡିକାଲ କଲେଜର ମେଡିସିନ୍‌ ବିଭାଗ ମୁଖ୍ୟ ଡାକ୍ତର ଜୟନ୍ତ ପଣ୍ଡା, କ୍ୟାପିଟାଲ୍‌ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ପ୍ରଥମ ଦିନରେ ଟିକା ନେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.