Below header

ଚାକିରିରୁ ବରଖାସ୍ତ ହେଲେ ଲକ୍ଷ୍ମୀପୁର ବିଡିଓ ଦିଲୀପ କୁମାର ପଟ୍ଟନାୟକ

କୋରାପୁଟ (କେନ୍ୟୁଜ୍‌) : ଏମିତି କିଛି କାମ କଲେ ଯେ ସରକାର ତାଙ୍କୁ ଏକାଥରେ ଚାକିରିରୁ ବରଖାସ୍ତ କରିଦେଲେ । ସେ ହେଉଛନ୍ତି କୋରାପୁଟ ଲକ୍ଷ୍ମୀପୁର ବ୍ଲକ୍‌ର ବିଡିଓ ଦିଲୀପ ପଟ୍ଟନାୟକ । ତାଙ୍କୁ ବରଖାସ୍ତ କରାଯାଇଥିବା ସମ୍ପର୍କରେ ରାଜ୍ୟ ସରକାରଙ୍କ ତରଫରୁ ଚିଠି ଆସିଛି ।

ପୁରୀ ଜିଲ୍ଲା ପିପିଲିରେ ଅତିରିକ୍ତ ତହସିଲଦାର ଥିଲା ବେଳେ ଦିଲୀପ ପଟ୍ଟନାୟକଙ୍କ ବିରୋଧରେ ମାମଲା ହୋଇଥିଲା । ୫.୯.୨୦୦୬ରେ ମାମଲା ପରେ ତାଙ୍କୁ ୯.୧୧.୨୦୦୯ରେ ନିଲମ୍ବିତ କରାଯାଇଥିଲା । ତେବେ ଏହା ବିରୁଦ୍ଧରେ OATରୁ ସେ ରହିତାଦେଶ ଆଣିଥିଲେ । ଏପଟେ ରାଜ୍ୟସରକାର ତାଙ୍କୁ କାରଣ ଦର୍ଶାଅ ନୋଟିସ ମାଗିଥିଲେ ମଧ୍ୟ ବିଡିଓ ଦେଇନଥିଲେ ।

latter

ପୁଣି ୨୦.୦୮.୨୦୧୮ ସୁଦ୍ଧା ତାଙ୍କୁ ଜବାବ ଦାଖଲ କରିବାକୁ କୁହାଯାଇଥିଲା । ପକ୍ଷ ରଖିବା ସକାଶେ ବାରମ୍ବାର ସୁଯୋଗ ଦିଆଯାଇଥିଲେ ମଧ୍ୟ ଦିଲୀପ ପଟ୍ଟନାୟକ କୌଣସି ଚିଠିର ଉତ୍ତର ଦେଇ ନଥିଲେ କି ନିଜ ପକ୍ଷ ରଖି ନଥିଲେ । ଫଳରେ ଏବେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ରାଜସ୍ବ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଦସ୍ତଖତ ଥିବା ବରଖାସ୍ତ ନେଇ ଗତ ୧୫ ତାରିଖ ଚିଠିରେ ଉଲ୍ଲେଖ ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.