Below header

ଆସୁଛି ଅତି ଭୀଷଣ ବାତ୍ୟା ମୋଚା, ଆଜି ଅବପାତରେ ହେବ ପରିଣତ

ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗରରେ ସକ୍ରିୟ ରହିଛି ଲଘୁଚାପ କ୍ଷେତ୍ର । ଏହା ଘନୀଭୂତ ହୋଇ ଆଜି ଅବପାତରେ ପରିଣତ ହେବ । ଏହାର ପ୍ରଭାବରେ ଆଜି ବର୍ଷା ଓ ପବନର ବେଗ ବଢିବ । ସମୁଦ୍ର ଭିତରେ ଘଣ୍ଟାପ୍ରତି ୫୦ରୁ ୬୦କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି ।

ଭୁବନେଶ୍ୱର (କେନ୍ୟୁଜ): ଆସୁଛି ଅତି ଭୀଷଣ ବାତ୍ୟା ମୋଚା । ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗରରେ ସକ୍ରିୟ ରହିଛି ଲଘୁଚାପ କ୍ଷେତ୍ର । ଏହା ଘନୀଭୂତ ହୋଇ ଆଜି ଅବପାତରେ ପରିଣତ ହେବ । ଆସନ୍ତାକାଲି ବାତ୍ୟାର ରୂପ ନେବ ଡିପ୍ରେସନ୍‌ । ଏହାର ନାଁ ରହିବ ମୋଚା । ୧୧ତାରିଖ ଯାଏ ସାମୁଦ୍ରିକ ବାତ୍ୟା ଉତ୍ତର- ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଆଡ଼କୁ ମୁହାଁଇବ ସାଇକ୍ଲୋନ୍‌ । ୧୨ ତାରିଖ ସକାଳ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହାର ଅବସ୍ଥିତି ରହିବ । ସେତେବେଳେ ତୀବ୍ର ଘନୀଭୂତ ହେବା ସହ ଅଧିକ ଶକ୍ତିଶାଳୀ ହେବ ମୋଖା । କେନ୍ଦ୍ରୀୟ ବଙ୍ଗୋପସାଗରରେ ଅତି ଭୀଷଣ ବାତ୍ୟାରେ ପରିଣତ ହେବ ।

ଏହାପରେ ବଦଳାଇବ ଗତିପଥ । ରିକର୍ଭ କରି ଉତ୍ତର-ଉତ୍ତର ପୂର୍ବ ଦିଗରେ ବାଂଲାଦେଶ ଓ ପୂର୍ବ ମିଆଁମାର ଆଡ଼କୁ ମୁହାଁଇବ । ଏହାର ପ୍ରଭାବରେ ଆଜି ବର୍ଷା ଓ ପବନର ବେଗ ବଢିବ । ସମୁଦ୍ର ଭିତରେ ଘଣ୍ଟାପ୍ରତି ୫୦ରୁ ୬୦କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି । ବଙ୍ଗୋପସାଗରରେ ବାତ୍ୟା ଆସୁଥିଲେ ବି ଏହାର ପ୍ରଭାବ । ଓଡ଼ିଶା ଓ ପଶ୍ଚିମବଙ୍ଗ ଉପରେ ପଡ଼ିବନି । ବର୍ଷା ଓ ପବନ ନେଇ ବି କିଛି ୱାର୍ଣ୍ଣିଂ ନାହିଁ । ତେବେ ଏହା ପଶ୍ଚିମବଙ୍ଗ ଉପକୂଳର କେତେ ନିକଟବର୍ତ୍ତୀ ହେବ ତା ଉପରେ ନଜର ରଖିଛି ଭାରତୀୟ ପାଣିପାଗ ବିଭାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.