ଡ୍ରେନ୍‌ ସଫା କରିବାକୁ ନେଇ ପୋଲିସ ଓ ପ୍ରଶାସନ ମଧ୍ୟରେ କନ୍ଦଳ, ହଟହଟା ହେଉଛନ୍ତି ଲୋକେ

ସମ୍ବଲପୁର(କେନ୍ୟୁଜ୍‌): ଡ୍ରେନ୍‌ ସଫା କରିବା ଦାୟିତ୍ୱ ସଫେଇ କର୍ମଚାରୀଙ୍କର ହୋଇଥିବା ବେଳେ ସମ୍ବଲପୁରରେ ପୋଲିସକୁ ଡ୍ରେନ୍‌ ସଫା କରିବାକୁ ଆସୁଛି ଫୋନ୍‌। ଗୋଟିଏ କି ଦୁଇଟି ନୁହେଁ ବରଂ ବାରମ୍ବାର ଏଭଳି କଲ୍‌ ଆସୁଛି। ତେବେ ଖବର ନେବାରୁ ଜଣାପଡ଼ିଛି ଯେ ସମ୍ବଲପୁର ମହାନଗର ନିଗମ କମିଶନର ଜଣେ ମହିଳା ଥାନା ଅଧିକାରୀଙ୍କୁ ଡ୍ରେନ୍‌ ସଫା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ସମସ୍ତେ ପୋଲିସକୁ ଫୋନ୍‌ କରି ଡ୍ରେନ୍‌ ସଫା କରିବାକୁ କହୁଛନ୍ତି। ଏବେ ଏହି ଘଟଣାର ଭିଡିଓ ଭାଇରାଲ ହେଉଛି।

Mahesh Drainage Cleaning Services, Vidyaranyapura - Plumbers in ...

ରିପୋର୍ଟ ମୁତାବକ ମହାନଗର ନିଗମର କମିଶନର ଯୁଗଲେଶ୍ୱର ଦାଶ ଏହି ଥାନା ଅଧିକାରୀଙ୍କୁ କଣ୍ଟେନ୍‌ମେଣ୍ଟ ଜୋନ୍‌ର ସଫେଇ କରିବାକୁ କହିଥିଲେ। ଅନ୍ୟପଟେ କଣ୍ଟେନ୍‌ମେଣ୍ଟ ଜୋନ୍‌ ଠିକ୍‌ ଭାବେ ସଫା ହେଉନଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏସ୍‌ଏମ୍‌ସିର ଅବହେଳାକୁ ନେଇ ଯୁକ୍ତିତର୍କ ହେବାରୁ ସବୁ ଦୋଷ ପୋଲିସ ମୁଣ୍ଡରେ ଲଦି ଦିଆଗଲା। ଆଇଏଏସ୍‌ ଅଫିସରଙ୍କ ସମ୍ମୁଖରେ ଏସବୁ ଘଟଣା ଘଟିଥିବା ବେଳେ ବାବୁ ଜଣକ ପୋଲିସକୁ ମଇଳା ସଫା କରିବାକୁ କହିଥିଲେ। ଏହି ଭିଡିଓ ଭାଇରାଲ ହେବା ପରେ ଲୋକମାନେ ପୋଲିସକୁ ସଫେଇ ଦାୟିତ୍ୱ ମିଳିଥିବା ଭାବି ଘନ ଘନ କଲ କରୁଥିବା ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.