ଯୋଧପୁରରୁ ମିଳିଲା ୧୧ ଶରଣାର୍ଥୀଙ୍କ ମୃତଦେହ, ସମସ୍ତେ ଗୋଟିଏ ପରିବାରର

ରାଜସ୍ଥାନର ଯୋଧପୁରରେ ୧୧ ଲୋକଙ୍କ ଶବ ମିଳିବାରୁ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।  ସମସ୍ତ ମୃତକ ପାକିସ୍ତାନରୁ ଆସିଥିବା ଶରଣାର୍ଥୀ। ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଲା, ଏମାନେ ସମସ୍ତେ ଗୋଟେ ପରିବାର ସଦସ୍ୟ ଅଟନ୍ତି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ପଚରାଉଚରା କରୁଛି।

pic

ସୂଚନା ମୁତାବକ, ସମସ୍ତ ଶରଣାର୍ଥୀ ଅଚଲାବତା ଗାଁ କ୍ଷେତରେ କାମ କରୁଥିଲେ ଏବଂ ପାଖରେ ଥିବା ବସ୍ତିରେ ରୁହନ୍ତି। ଏହି ମୃତକଙ୍କ ପରିବାରର ଜଣେ ସଦସ୍ୟ ଗୁରୁତର ଆହତ ହୋଇଛନ୍ତି, ତାଙ୍କୁ ହସପିଟାଲରେ ଆଡମିଟ କରାଯାଇଛି। ମୃତକଙ୍କ ମଧ୍ୟରେ ୨ ପୁରୁଷ, ୪ ମହିଳା ଏବଂ ୫ ପିଲା ରହିଛନ୍ତି। ଏମାନଙ୍କୁ ହତ୍ୟା କରାଯାଇଛି ବୋଲି ପୋଲିସ ସନ୍ଦେହ କରୁଛି। କିନ୍ତୁ ଏମାନଙ୍କୁ ହତ୍ୟା କରାଯାଇଛି କି ନାହିଁ, ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଜଣାପଡିବ। ସୂଚନାଯୋଗ୍ୟ, ରାଜସ୍ଥାନର ସୀମାବର୍ତ୍ତୀ ଅଞ୍ଚଳରେ ଅଧିକ ସଂଖ୍ୟକ ପାକିସ୍ତାନ ଶରଣାର୍ଥୀ ଶରଣ ନେଇଛନ୍ତି। ଏଠିକାର ଅଧିକାଂଶ ଗାଁରେ ପାକିସ୍ତାନୀ ଶରଣାର୍ଥୀ ରହିଛନ୍ତି।

You might also like