ସୁସ୍ଥ ହୋଇନାହାନ୍ତି ଗୃହମନ୍ତ୍ରୀ ଅମିତ ଶାହା। କରୋନା ଯୋଗୁ ମେଡିକାଲରେ ଭର୍ତ୍ତି ହୋଇଥିବା ଅମିତ ଶାହାଙ୍କର ଏବେ ଯାଏଁ ପୁନର୍ବାର କରୋନା ଟେଷ୍ଟ ହୋଇନାହିଁ। କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ ଅମିତ ଶାହାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିବା ନେଇ ସୂଚନା ଦେଇଛି। ଗୃହ ମନ୍ତ୍ରଣାଳୟ ତରଫରୁ କୁହାଯାଇଛି ଯେ ଅମିତ ଶାହା ସୁସ୍ଥ ହୋଇନାହାନ୍ତି କି ତାଙ୍କ ରିପୋର୍ଟ ନେଗେଟିଭ୍ ଆସିନାହିଁ।
#COVID19 test of Home Minister Amit Shah has not been conducted so far: Ministry of Home Affairs (MHA) Official https://t.co/8UaeUtNgBp
— ANI (@ANI) August 9, 2020
ଗୃହ ମନ୍ତ୍ରଣାଳୟ ତରଫରୁ ଏହିି ବିବୃତି ଜାରି ହେବା ପରେ ମନୋଜ ତିଓ୍ଵାରୀ ମଧ୍ୟ ନିଜ ଟ୍ଵିଟ୍ ଡିଲିଟ୍ କରିଥିବା ଜଣାଯାଇଛି। ସୂଚନାଯୋଗ୍ୟ ଯେ ବିଜେପି ସାଂସଦ ମନୋଜ ତିଓ୍ଵାରୀ ଟ୍ଵିଟ୍ କରି ଅମିତ ଶାହା ସୁସ୍ଥ ହୋଇଥିବା ନେଇ ସୂଚନା ଦେଇଥିଲେ। ଅଗଷ୍ଟ ୨ ତାରିଖରେ ଅମିତ୍ ଶାହାଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା। ତା’ପରଠୁ ସେ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି।