Harley-Davidson କିଣିବାକୁ ଚାହୁୁଁଛନ୍ତି, ୬୫ ହଜାର ଟଙ୍କା ଶସ୍ତା ହେଲା ଏହି ବାଇକ୍‌

Harley-Davidson ବାଇକ୍‌ ଚଲାଇବାକୁ କିଏ ବା ପସନ୍ଦ କରେନି। ଯଦି ଆପଣଙ୍କର ଏହି ବାଇକ ପସନ୍ଦ ଆଉ ଆପଣ ଏହାକୁ କିଣିବାକୁ ଚାହୁଛନ୍ତି, ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଆମେରିକାନ ଫ୍ଲାଗସିପ ମୋଟରସାଇକେଲ ନିର୍ମାଣ କରୁଥିବା ହାର୍ଲି ଡେଭିଡସନ Harley-Davidson Street 750 ବାଇକ୍‌କୁ ଶସ୍ତା ଦାମ୍‌ରେ ବିକ୍ରି କରୁଛି। ଏହି ବାଇକରେ ମୂଲ୍ୟ ୪.୬୯ ଲକ୍ଷ ରହିଛି। ଯେଉଁଥିରେ କମ୍ପାନୀ ୬୫ ହଜାର ଟଙ୍କା ରିହାତି ଦେଉଛି।

ଏହି ବାଇକ୍‌ରେ ୭୪୯ ସିସିର ଲକ୍ୱିଡ କୁଲ୍ଡ, ରିଭୋଲ୍ୟୁସନ X V ଟ୍ଵିନି ଇଞ୍ଜନ ରହିଛି। ଯାହା ୩,୭୫୦ ଆରପିଏମ୍‌ରେ ୬୦Nm ପିକ ଟର୍କ ଜେନେରେଟ କରିଥାଏ। ଏହାର ଫ୍ରଣ୍ଟରେ ୧୭ ଇଞ୍ଚର ଆଲଏ ହ୍ଵିଲ ଏବଂ ରିଅରରେ ୧୫ ଇଞ୍ଚର ଅଏଲ ହ୍ଵିଲ ରହିଛି। ଏହାଛଡା ଦୁଇଟି ଯାକ ଚକରେ ଡିସ୍କ ବ୍ରେକ ମଧ୍ୟ ରହିଛି।

bike

ଏହି ବାଇକ୍‌ର ଓଜନ ୨୩୩ କିଲୋଗ୍ରାମ ରହିଛି। ଏହାର ଫୁଏଲ ଟ୍ୟାଙ୍କ ୧୩.୧ ଲିଟର ରହିଛି। ଭାରତରେ ହାର୍ଲି ଡେଭିଡସନକୁ ଲଞ୍ଚ ହେବାର ୧୦ ବର୍ଷ ପୂରଣ ହୋଇଗଲାଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.