ସୁଶାନ୍ତ ମୃତ୍ୟୁ ଘଟଣାର ଖୋଲୁଛି ଗୋଟେ ପରେ ଗୋଟେ ଗୁମର, ନିଜକୁ ବଞ୍ଚାଇବା ପାଇଁ ପ୍ରାଣ ପଣେ ଚେଷ୍ଟା କରୁଛନ୍ତି ରିୟା

ଦେଶବାସୀଙ୍କ ମୁହଁରେ ଏବେ ଗୋଟିଏ  ଚର୍ଚ୍ଚା । ଛୋଟରୁ ବଡ  ସମସ୍ତେ ଗୋଟିଏ ଘଟଣା ଉପରେ ଚାତକ ପରି ନଜର ରଖିଛନ୍ତି । ସୁଶାନ୍ତ ମର୍ଡର କେଶର ରାଜ କଣ ? ଏନେଇ ଦେଶର ସାମ୍ବିଧାନିକ ବ୍ୟବସ୍ଥା ବି ଖୁବ ତତ୍ପର ଅଛି । ଖୁବ ଜୋର ଶୋରରେ ନିଜ ତଦନ୍ତ ଜାରି ରଖିଛି । ଗୋଟେ ପଟେ ଏହି ବଲିଉଡ ଅଭିନେତା ଜଣଙ୍କର ମୃତ୍ୟୁ ମାମଲାର  ମୁଖ୍ୟ ଅଭିଯୁକ୍ତ ବୋଲାଉ ଥିବା ରିୟା ଚକ୍ରବର୍ତ୍ତୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡିର ପ୍ରଶ୍ନ ଜାଲରେ ଛନ୍ଦି ହୋଇଯାଇଥିବା ବେଳେ ଏବେ ସେ ନିଜ ହ୍ବାର୍ଟ୍ସଅପ ଚାଟିଙ୍ଗର   ସ୍କ୍ରିନସଟ  ସେୟାର କରିଛନ୍ତି । ଏହି ଚାଟିଙ୍ଗରେ ସୁଶାନ୍ତ ନିଜ ଭଉଣୀ ପ୍ରିୟଙ୍କାଙ୍କ ରିୟାଙ୍କ ପ୍ରତି ଥିବା ବ୍ୟବହାର ନେଇ କଥା ହେଉଥିବା ଜଣାଯାଇଛି  ।

rhea chakrabartty

ମିଡିଆ ସହ ସେୟାର କରିଥିବା ଏହି ଚାଟିଙ୍ଗରେ ଏହା ମଧ୍ୟ ଉଲ୍ଲେଖ ରହିଛିକି, ସୁଶାନ୍ତଙ୍କ ଭଉଣୀ ତାଙ୍କ ରୁମ ମେଟ ସିଦ୍ଧାର୍ଥ ପୀଠାନିଙ୍କୁ ବାରମ୍ବାର  ଉସକାଉଛନ୍ତି । ଏହି ଚାଟିଙ୍ଗର  ଆରମ୍ଭରେ ସୁଶାନ୍ତ ରିୟା ଓ ରିୟାଙ୍କ ଭାଇ ଷୌଭିକଙ୍କୁ ଧନ୍ୟବାଦ ଜଣାଉଛନ୍ତି ।  ଆଉ ଏହା ମଧ୍ୟ କହିଛନ୍ତିକି  “ଷୌଭିକ ଆଉ ତମେ ଖୁବ ଦୟାଳୁ  । ଆଉ ସୁଶାନ୍ତ ଏହି  ମେସେଜରେ ଲେଖିଛନ୍ତିକି ତମ ପରିବାର ମଧ୍ୟ  ଖୁବ ଭଲ  । ରିୟା ମୋର ଏହି  ପରିବର୍ତ୍ତନ ପଛର ତମେ ହିଁ ଏକମାତ୍ର ଉଚିତ କାରଣ । ତମ ପରି ଲୋକ  ମୋ ନିକଟରେ ଥିବାରୁ ମୁଁ ନିଜକୁ ଖୁବ ଭାଗ୍ୟଶାଳୀ  ମନେ କରୁଛି । ମୋର ପ୍ରକୃତ ବନ୍ଧୁ ହିସାବରେ ତମେ ସବୁବେଳେ ମୋତେ ଖୁସି ଦେଇ ଚାଲିଛ ।”

ଯେବେକି  ରିୟା ସେୟାର କରିଥିବା ଆଉ ଏକ ମେସେଜରେ ସୁଶାନ୍ତ କହିଛନ୍ତିକି, ତମେ ହସୁଥିବା ସମୟରେ ଖୁବ ସୁନ୍ଦର ଦେଖାଯାଉଛ । “ମୁଁ ଏବେ ଶୋଇବାକୁ ଯାଉଛି । ଆଉ ଆଶା କରୁଛି କି  ମୋତେ ଖୁବ ସୁନ୍ଦର ସୁନ୍ଦର ସ୍ବପ୍ନ ଆସୁ ।  ଏହି ମେସେଜର ଜବାବରେ ରିୟା ଲେଖିଛନ୍ତିକି, ହା ହା ଶୋଇ  ଯା ମୋର ପ୍ରିୟ ବନ୍ଧୁ । ଫ୍ଲାଇଟ ଲ୍ୟାଣ୍ଡ କରିବା ପରେ ମୁଁ ତୁମକୁ କଲ କରିବି । ଶୋଇ ଯାଅ ସୁଇଟ ବାବା ।” ପୁଣି ରିୟା ସୁଶାନ୍ତଙ୍କୁ ଭଲମନ୍ଦ ପଚାରି ମେସେଜ କରିଥିବା ବେଳେ ସୁଶାନ୍ତ ଏହାର ଜବାବରେ ଲେଖିଛନ୍ତିକି, ମୁଁ ଜମା ବି ଭଲ ନାହିଁ । ମୋ ଭଉଣୀ ବାରମ୍ବାର ସିଡ (ସିଦ୍ଧାର୍ଥ)  ଭାଇକୁ ଭଡକେଇବା ପାଇଁ ଚେଷ୍ଟା କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.