Below header

ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ହାତୀ ବେକରେ ରେଡିଓ କଲାର ଲଗାଇବା କାର୍ଯ୍ୟକ୍ରମ: ଅଘଟଣ ପରେ ବନ୍ଦ କଲେ PCCF

କେନ୍ୟୁଜ୍(ବ୍ୟୁରୋ):  ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ହାତୀ ବେକରେ ରେଡିଓ କଲାର ଲଗାଇବା କାର୍ଯ୍ୟକ୍ରମ । ଆଜି ଏକ ହାତୀକୁ ଟ୍ରାଙ୍କୁଲାଇଜ୍‌ ବେଳେ ଅଘଟଣ ଘଟିବାରୁ ରେଡିଓ କଲାର ଲଗାଇବାକୁ ବନ୍ଦ କରାଯାଇଥିବା PCCF ଶଶୀ ପଲ୍‌ ସୂଚନା ଦେଇଛନ୍ତି । ଆଜି ଭୋରରୁ ରେଡିଓ କଲାର ଲଗାଯିବାବେଳେ ଦନ୍ତା ଆକ୍ରମଣରେ ୩ ବନ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ବେଙ୍ଗାଳୁରୁର ବିଶେଷଜ୍ଞଙ୍କ ସମେତ ଖୋର୍ଦ୍ଧା ରେଞ୍ଜର ସିଧୁ ସିଂ ଓ ଚନ୍ଦକାର ଜଣେ ବନ କର୍ମଚାରୀ ଆହତ ହୋଇଛନ୍ତି।

ଟାଙ୍ଗି ରେଞ୍ଜ ଅଧୀନ ଗୟାବନ୍ଧ ଜଙ୍ଗଲରେ ଏହି ଅଘଟଣ ଘଟିଛି । ଆହତମାନଙ୍କୁ ପ୍ରଥମେ ଖୋର୍ଦ୍ଧା ଓ ପରେ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇ ଚିକିତ୍ସା କରାଯାଉଛି। ୭ ଦୁର୍ଦ୍ଦାନ୍ତ ହାତୀଙ୍କ ବେକରେ ରେଡିଓ କଲାର ଲଗାଯିବା ଯୋଜନା ଥିଲା । ଏମାନଙ୍କ ମଧ୍ୟରେ ଥିଲେ ଚନ୍ଦକା, ଖୋର୍ଦ୍ଧା ଓ ଆଠଗଡ଼ ଅଞ୍ଚଳର ୩ ହାତୀ ଏବଂ ଶିମିଳିପାଳ ଅଞ୍ଚଳର ୪ ହାତୀ । ପୂର୍ବରୁ ବିଭିନ୍ନ ରାଜ୍ୟରେ ୧୦୦ରୁ ଅଧିକ ହାତୀଙ୍କ ବେକରେ ଲଗାଯାଇଛି ରେଡିଓ କଲାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.